ଇଜିପ୍ଟର ଏକ ମନ୍ଦିରରୁ ମିଳିଲା ରହସ୍ୟମୟ ପଥର, ଖୋଦିତ ହୋଇଛି ଦେବତାଙ୍କ ଭାଷା

କାଇରୋ,୩।୧୦: ପ୍ରାଚୀନ ଇଜିପ୍ଟର ମନ୍ଦିରରେ ଏକ ରହସ୍ୟମୟ ପଥର ମିଳିଛି। ଯାହାକୁ ‘ରୋସେଟା ପଥର’ କୁହାଯାଉଛି। ଜଣେ ଫରାସୀ ଏହାକୁ ଆବିଷ୍କାର କରିଛନ୍ତି। ପଥର ଉପରେ ଲେଖାଯାଇଥିବା ଟ୍ରାନ୍ସକ୍ରିପସନ ହେତୁ ଏହାକୁ ‘ଦେବତାମାନଙ୍କର ଭାଷା’ କୁହାଯାଉଛି। ଏହି ଟ୍ରାନ୍ସକ୍ରିପସନରେ, ଚିତ୍ରଲିପିର ପ୍ରାଚୀନ ଶାସ୍ତ୍ରର ୧୪ଟି ଧାଡି ଲେଖାଯାଇଛି। ଏହି ଧାଡିଗୁଡ଼ିକରେ ରାଜା ଓ ଦେବତାମାନଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବର୍ଣ୍ଣନା କରାଯାଇଛି।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ‘ରୋସେଟା ଷ୍ଟୋନ’ରେ ଦେବତାମାନଙ୍କର ଭାଷା ରହିଛି। ସମ୍ପ୍ରତି ଏହି ପଥରଟି ବ୍ରିଟିଶ ସଂଗ୍ରହାଳୟରେ ରଖାଯାଇଛି। ଏହି ପଥର ରାଜା ପୁଟୋଲେମି ଭିଙ୍କ ଯୁଗର, ଯିଏ ଖ୍ରୀଷ୍ଟପୂର୍ବ ୨୦୪-୧୮୧ରୁ ଟୋଲେମାଇକ ଇଜିପ୍ଟକୁ ଶାସନ କରିଥିଲେ।
ଆବିଷ୍କାର ହୋଇଥିବା ଏହି ପଥର ଭାଙ୍ଗିଯାଇଛି। ଏହାର ଅବଶିଷ୍ଟ ଅଂଶ ଏପର୍ଯ୍ୟନ୍ତ ମିଳି ନାହିଁ। ଏହି ପଥର ଉପରେ ହିରୋଗଲିଫିକ ସ୍କ୍ରିପ୍ଟର ୧୪ଟି ଲେଖା ଅଛି, ଯାହାର ଅର୍ଥ ହେଉଛି ବାକି ଦେବତାମାନଙ୍କର ଭାଷା ଏପର୍ଯ୍ୟନ୍ତ ମିଳିନାହିଁ ।

Share