Posted inଜାତୀୟ

ମହାରାଷ୍ଟ୍ରରେ ତୀବ୍ର ହେଉଛି ଭାଷା ବିବାଦ

ପାଲଘର,୧୪ା୭: ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଏବଂ ରାଜ୍‌ ଠାକ୍‌ରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) କର୍ମୀମାନେ ରାଜ୍ୟର ପାଲଘର ଜିଲାରେ ଜଣେ ଆପ୍ରବାସୀ ଅଟୋରିକ୍ସା ଡ୍ରାଇଭରଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିଛନ୍ତି। ଏହି ଘଟଣା ରାଜ୍ୟରେ ଭାଷା ପ୍ରସଙ୍ଗକୁ ନେଇ ଚାଲିଥିବା ବିବାଦକୁ ଅଧିକ ତୀବ୍ର କରିଛି। ତେବେ ଏନେଇ କୌଣସି ଆନୁଷ୍ଠାନିକ ଅଭିଯୋଗ ହୋଇ ନ ଥିବାରୁ ପୋଲିସ ମାମଲା ରୁଜୁ କରିନାହିଁ।
ମରାଠୀ ଭାଷାକୁ ନେଇ ଅଟୋ ଡ୍ରାଇଭର ଉତ୍ତରପ୍ରଦେଶର ଭବେଶ ପଡୋଲିଆଙ୍କ ସହ ୨ ରାଜନୈତିକ ଦଳର କର୍ମୀଙ୍କ ଭିରାର ଷ୍ଟେଶନରେ ହୋଇଥିବା ମୁହଁାମୁହିଁ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ମରାଠୀ କାହିଁକି କହୁନାହଁ ବୋଲି ପ୍ରଶ୍ନ ହେବାରୁ ମୈ ହିନ୍ଦୀ ବୋଲୁଙ୍ଗା (ମୁଁ ହିନ୍ଦୀ କହିବି) ବୋଲି ଭବେଶ ବାରମ୍ବାର କହୁଥିବା ଉକ୍ତ ଭିଡିଓରୁ ଦେଖିବାକୁ ମିଳିଛି। ତାଙ୍କ କହିବା ଅନୁଯାୟୀ, ସର୍ବସାଧାରଣରେ ମରାଠୀ ବ୍ୟବହାର କରିବାରେ ତାଙ୍କ ବିଫଳତାକୁ ନେଇ ପ୍ରଶ୍ନ କରାଯାଇଥିଲା। ସେ ହିନ୍ଦୀ ଏବଂ ଭୋଜପୁରୀ କହିବାକୁ ପସନ୍ଦ କରନ୍ତି ବୋଲି କହିଥିଲେ। ଏହାକୁ ନେଇ ଶନିବାର ଶିବସେନା (ୟୁବିଟି) ଏବଂ ଏମ୍‌ଏନ୍‌ଏସ୍‌ ସମର୍ଥକମାନେ ଭିରାର ରେଳଷ୍ଟେଶନ ନିକଟରେ ଅଟୋ ଡ୍ରାଇଭରଙ୍କ ସହ ମୁହାଁମୁହିଁ ହୋଇଥିଲେ। ସେମାନେ ଭବେଶଙ୍କୁ ମାଡ଼ ମାରୁଥିବା ଭିଡିଓରୁ ଦେଖିବାକୁ ମିଳିଛି। ସେ ମରାଠୀ ଭାଷା ଓ ସଂସ୍କୃତିକୁ ଅପମାନ କରିବା ସହ ଜଣେ ବ୍ୟକ୍ତି ଓ ତାଙ୍କ ଭଉଣୀଙ୍କୁ ଦୁର୍ବ୍ୟବହାର କରିଥିଲେ। ସେଥିପାଇଁ ତାଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ ବାଧ୍ୟ କରାଯାଇଥିଲା। ଭବେଶଙ୍କୁ ଉପଯୁକ୍ତ ଶିକ୍ଷା ଦିଆଯାଇଛି। ଯେକେହି ମରାଠୀ ଭାଷା ଓ ରାଜ୍ୟକୁ ଅପମାନିତ କଲେ, ସେମାନଙ୍କୁ ପ୍ରକୃତ ଶିବସେନା ଢଙ୍ଗରେ ଜବାବ ଦିଆଯିବ ବୋଲି ଆକ୍ରମଣକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri