ଶରତ କୁମାର ଧଳ
ପଟ୍ଟାଙ୍ଗୀ, ୧୫ା୧୦: ପ୍ରଥମେ ଭୂମି ହାତେଇବାକୁ ଚକ୍ରାନ୍ତ। ଏବେ ଭାଷାକୁ ଅକ୍ତିଆର କରିବାକୁ ପ୍ରୟାସ। ସୀମାନ୍ତ କୋରାପୁଟ ଜିଲାରେ ସରକାରୀ ସ୍କୁଲ ପରିଚାଳନାରେ ରାଜ୍ୟ ପ୍ରଶାସନର ବିଫଳତା, ବିପଦରେ ପଡ଼ିଥିବା ଓଡ଼ିଆ ଭାଷା ସୁରକ୍ଷା ଲାଗି ଯୋଜନାର ଅଭାବ, ସର୍ବୋପରି ପ୍ରାଥମିକ ଶିକ୍ଷାର ହୁଗୁଳା ଭିତ୍ତିଭୂମିର ସୁଯୋଗ ନେଉଛି ଆନ୍ଧ୍ରପ୍ରଦେଶ। ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ୍‌ ଥିବା ଦର୍ଶାଯାଇ ବନ୍ଦ କରିଦିଆଯାଉଛି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁବିଧା ଦୃଷ୍ଟିରୁ ଅନ୍ୟ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଉଛି। ହେଲେ ହାତପାଆନ୍ତାରେ ପିଲାଙ୍କୁ କିପରି ଶିକ୍ଷା ମିଳିବ ତାହାର ବିକଳ୍ପ କରାଯାଉନାହିଁ। ଫଳରେ ଓଡ଼ିଆ ସ୍କୁଲରେ ତାଲା ଝୁଲୁଥିବା ବେଳେ ସେଠାରେ ଶିକ୍ଷା ବ୍ୟବସ୍ଥାକୁ କରାୟତ୍ତ କରିବାକୁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିସାରିଲାଣି ଆନ୍ଧ୍ର। ସମ୍ପୃକ୍ତ ଗ୍ରାମଗୁଡ଼ିକରେ ପଡ଼ୋଶୀ ରାଜ୍ୟ ପକ୍ଷରୁ ଆରମ୍ଭ କରାଯାଇଛି ପ୍ରୋତ୍ସାହନଭିତ୍ତିକ ଶିକ୍ଷାଦାନ କାର୍ଯ୍ୟକ୍ରମ। ତେଲୁଗୁ ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରାଯାଉଛି। ଏସବୁ କାର୍ଯ୍ୟକ୍ରମକୁ ନିୟମିତ ତଦାରଖ କରୁଛନ୍ତି ଆନ୍ଧ୍ର ଅଧିକାରୀ। ଅମ୍ପାବାଲି, ତଳଗୋଲୁରୁ, ଶୁଙ୍କି, କୋଟିଆ ଭଳି ବିଭିନ୍ନ ଗ୍ରାମରେ ଅନେକ ତେଲୁଗୁ ସ୍କୁଲ ମୁଣ୍ଡ ଟେକିବା ଓଡ଼ିଶା ସରକାର ଏବଂ ସ୍ଥାନୀୟ ପ୍ରଶାସନର ଦୂରଦୃଷ୍ଟିହୀନ ଶିକ୍ଷା ଯୋଜନାକୁ ପଦାକୁ ଆଣିଥିବାବେଳେ ସୀମାନ୍ତରେ ଓଡ଼ିଆ ଭାଷା ପ୍ରତି ଦେଖାଦେଇଥିବା ସଙ୍କଟ ଆହୁରି ଗମ୍ଭୀର ରୂପ ନେଲାଣି।
ସୀମା ସଂଘାତକୁ ନେଇ ଜାତୀୟସ୍ତରରେ ‘କୋଟିଆ ଗ୍ରାମପୁଞ୍ଜ’ ଆଲୋଚନାର ପ୍ରସଙ୍ଗ ରହି ଆସିଥିବାବେଳେ ଏବେ ଭାଷାକୁ କରାୟତ୍ତ କରିବା ପାଇଁ ପ୍ରାଥମିକ ସ୍କୁଲକୁ ମାଧ୍ୟମ କରିଛି ଆନ୍ଧ୍ର ପ୍ରଶାସନ। କୋଟିଆ ପଞ୍ଚାୟତର ଆର୍ଜୁବାଲସାରେ ଦେଖିବାକୁ ମିଳିଛି ଏହାର ଏକ ଦୃଷ୍ଟାନ୍ତ। ୨୦୦୮ରେ ଏଠାରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ସ୍ଥାପିତ ହୋଇଥିଲା ‘ନୂତନ ପ୍ରାଥମିକ ବିଦ୍ୟାଳୟ’। ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଯାଉଥିଲା। ମାତ୍ର ୧୩ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ରହୁଥିବା ଦର୍ଶାଇ ଏହାକୁ ୨୦୨୦ ନଭେମ୍ବର ୧୧ରେ ବନ୍ଦ କରିଦିଆଯାଇଛି। ପରେ ତାହାକୁ ତାଡ଼ିବାଲସା ସ୍କୁଲରେ ମିଶ୍ରଣ କରାଯାଇଛି। ଆର୍ଜୁବାଲସାରୁ ତାଡ଼ିବାଲସାର ଦୂରତା ୧ କିଲୋମିଟର ହୋଇଥିବାବେଳେ ଛାତ୍ରୀଛାତ୍ରମାନେ ସରକାରୀ ସ୍କୁଲକୁ ଯିବାକୁ ଅମଙ୍ଗ ହେଉଛନ୍ତି। ସେମାନେ ଆନ୍ଧ୍ର ପକ୍ଷରୁ ଆର୍ଜୁବାଲସାରେ ଖୋଲାଯାଇଥିବା ତେଲୁଗୁ ସ୍କୁଲମୁହଁା ହୋଇଛନ୍ତି।
କେବଳ ଏତିକି ନୁହେଁ, ଆର୍ଜୁବାଲସାରେ ୨୪ ପିଲାଙ୍କୁ ନେଇ ଆନ୍ଧ୍ର ପକ୍ଷରୁ ଖୋଲାଯାଇଛି ଏକ ଅଙ୍ଗନଓ୍ବାଡି କେନ୍ଦ୍ର। ଏହା ଏକ ଅସ୍ଥାୟୀ ଗୃହରେ ଚାଲିଥିବାବେଳେ ସେଠାରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ସରକାର ପୁଷ୍ଟିକର ଖାଦ୍ୟ ନାମରେ ଅଣ୍ଡା, ଛତୁଆ ଦେଇ ଦାୟିତ୍ୱ ସାରି ଦେଉଥିବା ବେଳେ ସେଠାରେ ଆନ୍ଧ୍ର ସରକାର ସପ୍ତାହକୁ ଥରେ ଅଣ୍ଡା, ଛତୁଆ, ରାଶିଲଡ଼ୁ, ବାଦାମଲଡ଼ୁ, ଖଜରା, ଚାଉଳ, ଡାଲି ସହ ରନ୍ଧାଖାଦ୍ୟ ଦେଉଛନ୍ତି। ଗର୍ଭବତୀ ମା’ଙ୍କୁ ପୃଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଛି। ପ୍ରତି ପିଲା ପିଛା ବର୍ଷକୁ ୧୫,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଉଥିବା ସ୍ଥାନୀୟ ମହିଳା କହିଛନ୍ତି। ଆନ୍ଧ୍ର ଅଙ୍ଗନଓ୍ବାଡି ପରିଚାଳନା ଦାୟିତ୍ୱରେ ଥିବା ମହିଳା କର୍ମଚାରୀମାନେ ନିୟମିତ ସରକାରୀ ଯୋଜନାଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। କିଛିବର୍ଷ ତଳେ ବୋରାମୁଠା ସହିତ ୧୩ଟି ଗ୍ରାମକୁ ନିଜ ଅଧୀନକୁ ନେଇଯାଇଥିଲା ଆନ୍ଧ୍ର, ଯାହାର ଦୁଃଖ ଏଯାଏ କୋରାପୁଟ ଜିଲାବାସୀଙ୍କ ମନରୁ ଯାଇନାହିଁ। ଏବେ ତେଲୁଗୁ ସ୍କୁଲର ବିସ୍ତାର ଓ ଭାଷାର ପ୍ରଚାର ପ୍ରସାର କ୍ଷେତ୍ରରେ ଆନ୍ଧ୍ର ପକ୍ଷରୁ କରାଯାଉଥିବା ଉଦ୍ୟମ ଚିନ୍ତାଜନକ ହୋଇଛି। ଏ ଦିଗରେ ଓଡ଼ିଶା ସରକାର ତୁରନ୍ତ ପଦକ୍ଷେପ ନେଲେ ଆନ୍ଧ୍ରକୁ କଡ଼ା ଜବାବ ମିଳନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ କୁହନ୍ତି, ପିଲାଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ଲାଗି କୁଇ ଭାଷାର ଶିକ୍ଷକ ନିଯୁକ୍ତିର ଆବଶ୍ୟକତା ରହିଛି। ଏଥିଲାଗି ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି। ବିଦ୍ୟାଳୟଗୁଡିକରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାଙ୍କ ପାଇଁ ଆବଶ୍ୟକ ଖେଳ ସାମଗ୍ରୀ ରଖିବାକୁ ପଡ଼ିବ। ଅନ୍ୟପଟେ ଆନ୍ଧ୍ର ପିଲାମାନଙ୍କୁ ଯେଉଁ ସୁବିଧା ସୁଯୋଗ ଦେଉଛି, ତାହା ଆମପକ୍ଷେ ସହଜ ନୁହେଁ ବୋଲି କହି ଜିଲା ଶିକ୍ଷାଧିକାରୀ ନିଜର ଅସହାୟତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri