Categories: ଜାତୀୟ

ପକ୍ଷୀ ସହ ଧକ୍କା ହେଲା ବିମାନ, ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧୭୦ ଯାତ୍ରୀ ସୁରକ୍ଷିତ…

ପାଟନା,୩।୧ : ବିହାରର ପାଟନା ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ଏଠାରେ ଗୋଏୟାରର ବିମାନ ସହିତ ଏକ ପକ୍ଷୀ ଧକ୍କା ହୋଇଥିଲା। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧୭୦ ଯାତ୍ରୀ ସୁରକ୍ଷିତ ରହି ପାରିଛନ୍ତି।

ସୂଚନାନୁସାରେ, ଗୋଏୟାରର ବିମାନ ମଙ୍ଗଳବାର ବାଙ୍ଗାଲୋରରୁ ପାଟନାକୁ ଆସୁଥିଲା। ଏହି ସମୟରେ ବିମାନର ଡେଣାରେ ଏକ ପକ୍ଷୀ ଧକ୍କା ହୋଇଥିଲା। ବିମାନର ଆଗମନ ସମୟ ପୂର୍ବାହ୍ନ ୧୧ଟା ୩୫ ଥିଲା। କିନ୍ତୁ ପକ୍ଷୀ ଅବତରଣ କରିବା ପୂର୍ବରୁ ଧକ୍କା ଦେଇଥିଲା। ତେବେ ପାଇଲଟଙ୍କ ଉପସ୍ଥିତ ବୂଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇ ବିମାନଟି ନିରାପଦରେ ଅବତରଣ କରିଥିଲା।

ଏହା କୁହାଯାଉଛି ଯେ ବିମାନର ଡେଣାଗୁଡ଼ିକରେ ସାମାନ୍ୟ କ୍ଷତି ହୋଇଛି। ଯାହାକୁ ମରାମତି କରିବାକୁ ଚେଷ୍ଟା କରାଯାଉଛି। ବର୍ତ୍ତମାନ ବିମାନଟି ରନୱେରେ ଠିଆ ହୋଇଛି। ବୈଷୟିକ ଅଧିକାରୀମାନେ ବିମାନ ଯାଞ୍ଚ କରିଛନ୍ତି। ବିମାନରେ ୧୭୦ରୁ ଅଧିକ ଯାତ୍ରୀ ଥିଲେ। ଅନ୍ୟ ବିମାନରେ ଯାତ୍ରୀ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି।

ପାଟନା ବିମାନବନ୍ଦରରେ ୪୦ ଯୋଡ଼ା ବିମାନ ଚଳାଚଳ କରୁଛି। ତେବେ ବର୍ତ୍ତମାନ ଘନ କୁହୁଡ଼ି ଯୋଗୁ ବିମାନଗୁଡିକର ଉଡ଼ାଣ ପ୍ରଭାବିତ ହେଉଛି। କମ ଦୃଶ୍ୟମାନତା ହେତୁ ବିମାନଗୁଡ଼ିକର ଯାତ୍ରାରେ ପ୍ରତିଦିନ ବିଳମ୍ବ ହେଉଛି। ବିଶେଷକରି ସକାଳ ଏବଂ ବିଳମ୍ବିତ ରାତିରେ ଆସୁଥିବା ବିମାନଗୁଡ଼ିକ କୁହୁଡ଼ି ଯୋଗୁ ପ୍ରଭାବିତ ହେଉଛନ୍ତି।

Share