Categories: ଜାତୀୟ

ଉତ୍ତରାଖଣ୍ଡରେ ଭୂସ୍ଖଳନ: ୭ ମୃତ

ଡେରାଡୁନ, ୩୧।୮: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଶିଳାଖଣ୍ଡ ଖସି ସେମାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଜୁମ୍ମା ଗ୍ରାମର ଜାମ୍ରି ଏବଂ ତାର୍‌କୋଟଠାରେ ଏହି ବିପର୍ଯ୍ୟୟ ଘଟିଛି। ୩ ଜଣଙ୍କ ମୃତଦେହ ମିଳିଥିବାବେଳେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍‌ଡିଆର୍‌ଏଫ୍‌) ଟିମ୍‌ ପକ୍ଷରୁ ଊଦ୍ଧାର କାର୍ଯ୍ୟ ଜାରି ରହିଥିବା ପିଥୋରାଗଡ଼ ଜିଲାପାଳ ଆଶିଷ ଚୌହାନ କହିଛନ୍ତି। ତେବେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଆଗେଇ ପାରିନାହିଁ।

Share