Categories: ଜାତୀୟ

ପ୍ରବଳ ବର୍ଷାରେ ମଣିପୁରରେ ଭୂସ୍ଖଳନ

ଇମ୍ଫାଲ,୧୭।୮: ମଣିପୁରରେ ଦୀର୍ଘ ଦିନ ଧରି ହିଂସା ଥମି ନ ଥିବା ବେଳେ ରାଜ୍ୟ ପୁଣି ଏକ ଅସୁବିଧାର ସମ୍ମୁଖିନ ହୋଇଛି। ପ୍ରବଳ ବର୍ଷା ଯୋଗୁ ରାଜ୍ୟର ନୋନି ଜିଲାରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଭୂସ୍ଖଳନରେ ଇମ୍ଫାଲ-ସିଲଚର ରାଜପଥ ଅବରୋଧ ହୋଇଛି। କେବଳ ଏତିକି ନୁହେଁ, ଭୂସ୍ଖଳନ ହେତୁ ଅତିକମରେ ୫୦୦ ମାଲବାହୀ ଗାଡି ରାସ୍ତାରେ ଫସି ରହିଛି।

ରାଜ୍ୟର ଜାତୀୟ ରାଜପଥ ୩୭ ଏରଙ୍ଗ ଏବଂ ଆୱାଙ୍ଗଖୁଲ ଭାଗ ୨, ଖୋଙ୍ଗସଙ୍ଗ ଏବଂ ଆୱାଙ୍ଗଖୁଲ ଏବଂ ରଙ୍ଗଖୋଇ ଗ୍ରାମ ମଧ୍ୟରେରେ ଏହି ଭୂସ୍ଖଳନ ଘଟିଛି। ରାସ୍ତା ସଫା କରିବା ସହ ପୁଣି ଯାତାୟତକୁ ପୂର୍ବଭଳି କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି।

Share