ଇଟାଲୀରେ ଭୂସ୍ଖଳନ: ୧୨ ନିଖୋଜ, ଫସିଛନ୍ତି ୧୦୦ରୁ ଅଧିକ

ରୋମ,୨୬ା୧୧: ଶନିବାର ଇଟାଲୀରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଥିଲା। ଫଳରେ ୧୨ ଜଣ ନିଖୋଜ ଥିବା ବେଳେ ଶତାଧିକ ଫସି ରହିଥିବା କୁହାଯାଉଛି। ଦେଶର ଦକ୍ଷିଣ ଦ୍ୱୀପ ଇଞ୍ଚିଆରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁ ଅନେକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି। ଏହା ସହିତ ଅନେକ କାର୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ୬ ଘଣ୍ଟା ମଧ୍ୟରେ ୧୫୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ କେତେ ଲୋକଙ୍କ ମୃତ୍ୟୁ ଘଟିଛି ସେ ସମ୍ପର୍କରେ ସରକାରୀ ସ୍ତରରେ କୌଣସି ସଠିକ୍‌ ସୂଚନା ମିଳିପାରିନାହିଁ।

Share