ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ ଥିବା କାଳୀ ନଦୀରେ ସାନି ବନ୍ୟା ଆସିବା ନେଇ ଆଶଙ୍କା ବଢ଼ିଛି।

ନେପାଳର ଡାରଚୁଆ ଜିଲା ଅନ୍ତର୍ଗତ ଆପି ହିମାଲ ଗ୍ରାମାଞ୍ଚଳ ମ୍ୟୁନିସିପାଲିଟିର ଭଟ୍ଟାଡଠାରେ ପାହାଡ଼ ପାର୍ଶ୍ୱରେ ଏକ ବଡ଼ ଭାଗ ଭୁଶୁଡ଼ି ନଦୀ ମଧ୍ୟକୁ ଖସିପଡ଼ିବାରୁ ଜଳପ୍ରବାହ ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ଉପର ମୁଣ୍ଡରେ ପ୍ରଚୁର ପାଣି ଜମାହୋଇ ରହୁଛି ଚାମେଲିଆ ନଦୀ ଭାରତ ପାର୍ଶ୍ୱରେ ସିମ୍ପାନିଠାରେ କାଳୀ ନଦୀ ସହ ମିଶିଛି। ଉକ୍ତ ପ୍ରାକୃତିକ ଅବରୋଧ ଯଦି ହଠାତ୍‌ ଭାଙ୍ଗିଯାଏ, ତେବେ ଗଚ୍ଛିତ ରହିଥିବା ପାଣି କାଳୀ ନଦିୀରେ ପ୍ରଳୟ କରି ଉଭୟ ନେପାଳ ଓ ଭାରତରେ ବନ୍ୟା ସୃଷ୍ଟି କରିବ ବୋଲି କର୍ତ୍ତୃପକ୍ଷ ଆଶଙ୍କା କରିଛନ୍ତି।

Share