ଫସଲ ଖାଇଦେବାରୁ ଦଣ୍ଡଦେଲେ ଜମି ମାଲିକ: ଖାଇବାକୁ ନ ଦେଇ ଷଣ୍ଢକୁ ୨୦ ଦିନ ବାନ୍ଧି ରଖିଲେ

ଉମରକୋଟ,୫ା୯(ସ୍ବ.ପ୍ର.):ଜମିରେ ଧାନ ଫସଲ ଦେଖି ଭୋକିଲା ଷଣ୍ଢଟି ଖାଇ ଦେଇଥିଲା। ଦିନେ ନୁହେଁ ଏକାଧିକ ଥର ଜମିରେ ପଶି ଫସଲ ଖାଇଥିଲା। ହେଲେ ଏହାର ପରିଣାମ ଯେ ଭୟଙ୍କର ହେବ ତାହା ସେ ଜାଣି ନ ଥିଲା। ଚାରିଗୋଡ଼ିଆ ପ୍ରାଣୀଟିକୁ ଦଣ୍ଡଦେବାକୁ ଯାଇ ଜମି ମାଲିକ ନିଷ୍ଠୁରତାର ସବୁ ସୀମା ପାର କରିଛନ୍ତି। ଖାଇବାକୁ ଏବଂ ପିଇବାକୁ ନ ଦେଇ ଷଣ୍ଢଟିକୁ ୨୦ ଦିନ ବାନ୍ଧି ରଖିଛନ୍ତି। ନବରଙ୍ଗପୁର ଜିଲା ଉମରକୋଟ ସହରରୁ ଏଭଳି ଅମାନବୀୟ ଚିତ୍ର ସାମ୍ନାକୁ ଆସିଛି।
ଗ୍ରାମ(୫୨ ନମ୍ବର) ସ୍ଥିତ ପରିମଳ ମିସ୍ତ୍ରି ଧାନ ଚାଷ କରିଥିବାବେଳେ ଉକ୍ତ ଷଣ୍ଢଟି ବାରମ୍ବାର ତାଙ୍କ କ୍ଷେତରୁ ଫସଲ ଖାଉଥିବା ସେ ଜାଣିବାକୁ ପାଇଥିଲେ। ଏଥିରେ ରାଗିଯାଇ ପରିମଳ ଷଣ୍ଢର ଖାଦ୍ୟ ଓ ପାନୀୟ ବନ୍ଦ କରି ନିକଟସ୍ଥ ସରକାରୀ ଫାର୍ମରେ ୨୦ ଦିନ ହେଲା ବାନ୍ଧି ରଖିଥିଲେ। ଖବର ପାଇ ଉମରକୋଟ ବଜରଙ୍ଗ ଦଳର କର୍ମୀମାନେ ପହଞ୍ଚି ଷଣ୍ଢକୁ ଉଦ୍ଧାର କରିଛନ୍ତି। ଦୀର୍ଘଦିନ ଧରି ଖାଦ୍ୟ ଏବଂ ପାନୀୟ ନ ପାଇ ଷଣ୍ଢର ଅବସ୍ଥା ଗୁରୁତର ରହିଛି। ଷଣ୍ଢ ମୁକୁଳିବା ପରେ ସ୍ଥାନୀୟ ଲୋକେ ତାକୁ ଘାସ ଏବଂ ପାଳ ଦେବାରୁ ଅତି ଆତୁର ହୋଇ ଖାଇବା ଦେଖିବାକୁ ମିଳିଥିଲା। ପରେ ବଜରଙ୍ଗ ଦଳର ସଦସ୍ୟମାନେ ପ୍ରାଣୀ ଚିକିତ୍ସାଳୟ କର୍ମଚାରୀଙ୍କୁ ଡାକି ତା’ର ଚିକିତ୍ସା କରାଇଛନ୍ତି। ଅନ୍ୟପକ୍ଷରେ ଘଟଣା ବିଷୟରେ ପରିମଳଙ୍କୁ ପଚାରିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ୨୦ ଦିନ ନୁହେଁ ମାତ୍ର ୫ ରୁ ୬ ଦିନ ବାନ୍ଧି ରଖିଥଲି ଏବଂ ଖାଇବାକୁ ଦେଇ ରଖିଥିଲି ବୋଲି କହିଛନ୍ତି। ଆଗକୁ ଏପରି ଭୁଲ ହେବନାହିଁ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri