Categories: ଫୁରସତ

ଭଡା ନ ଦେବାରୁ କରତରେ କବାଟ କାଟିଦେଲେ ଘର ମାଲିକ

ଏବେ ଲୋକମାନେ ଘରକୁ ଭଡାରେ ଲଗାଇ ଭଲ ରୋଜଗାର କରୁଛନ୍ତି। କହିବାକୁ ଗଲେ ଗୋଟିଏ ସାଧାରଣ ୯ ଟୁ ୫ ଚାକିରିରେ ଯେତିକି ରୋଜଗାର ନ ହେଉଛି କେବଳ ଭଡାରୁ ହିଁ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୋଇପାରୁଛି। ତେବେ ବେଳେବେଳେ ଭଡା ନେଇ ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ବଚସା ଦେଖିବାକୁ ମିଳିଥାଏ। କେବେବେଳେ ମାଲିକ ଅଧିକ ଭଡା ଦାବି କଲେ କିମ୍ବା ଭଡାଟିଆ ଟଙ୍କା ନ ଦେଲେ। ନିକଟରେ ଏପରି ଘଟଣା ସୋସିଆଲ ମିଡିଆ ଏକ୍ସରେ ଭାଇରାଲ ହୋଇଛି ଯେଉଁଠି ଭଡାଟିଆ ଘର ଭଡା ନ ଦେବାରୁ ଘର ମାଲିକ କିଛି ଏପରି କାଣ୍ଡ ଭିଆଇଛନ୍ତି।

ଘର ମାଲିକ ସାମୁଏଲ ଲିଡସ ତାଙ୍କ ଘରକୁ ଜଣେ ବ୍ୟକ୍ତିଙ୍କୁ ଭଡା ଦେଇଥିଲେ। କିନ୍ତୁ ସେ ଗୁଡାଏ ମାସ ଧରି ତାଙ୍କୁ ଘରଭଡା ଦେଉ ନ ଥିଲେ। ଯେଉଁଥିପାଇଁ ସାମୁଏଲ ରାଗିଯାଇ
ଭଡାଟିଆଙ୍କୁ ଅନେକ ଥର ଘର ଖାଲି କରିବାକୁ କହିଥିଲେ। ଏହି କଥା ଭଡାଟିଆ କର୍ଣ୍ଣପାତ କରି ନ ଥିଲେ। ପରେ ବ୍ୟକ୍ତିଜଣକ ସାମୁଏଲଙ୍କୁ ନ ଜଣାଇ ଘରର ତାଲା ବଦଳାଇ ଦେଇଥିଲେ। ଏଭଳି ପରିସ୍ଥିତିରେ ସାମୁଏଲ ରାଗିଯାଇ ଏକ କରତ ଦ୍ୱାରା ଘରର କବାଟ କାଟି ଦେଇଥିଲେ। ଯାହାର ଭିଡିଓ ସେ ନିଜେ ହିଁ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି।


ଏହାପରେ, ସାମୁଏଲ ପୋଲିସକୁ ଘରକୁ ଡାକିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା କଣ ଜାଣିବା ପରେ ଭଡାଟିଆଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏପରିକି ଭଡାଟିଆଙ୍କ ଜିନିଷପତ୍ର ପ୍ୟାକ କରି ଘର ଖାଲି କରିବାରେ ପୋଲିସ ସାହାଯ୍ୟ କରିଥିଲ।

Share