Categories: ଜାତୀୟ

୨୦ ବର୍ଷ ସରକାରୀ ଜମିରେ ବାସ କରୁଥିବା ଯାଯାବର ଲୋକଙ୍କ ନାମରେ ହେବ ଜମି ମାଲିକାନା…

ଚଣ୍ଡିଗଡ଼, ୧୬।୬ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି ଯେ ୨୦ ବର୍ଷ ଧରି ସରକାରୀ ଜମିରେ ବାସ କରୁଥିବା ଯାଯାବର ସମ୍ପ୍ରଦାୟ ଲୋକଙ୍କୁ ମାଲିକାନା ଅଧିକାର ଦିଆଯିବ। ୩୧ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ, ଯେଉଁ ଜମି ଉପରେ ୨୦ ବର୍ଷ ଧରି ବାସ କରୁଥିବା ଲୋକମାନଙ୍କ ନାମରେ ଜମିର ମାଲିକାନା ହେବ। ଏନେଇ ଉପଯୁକ୍ତ ପ୍ରମାଣ ଆଧାରରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟନ୍ତ]ନ୍ତ୍ରୀ କହିଛନ୍ତି। ସରକାର ସେହି ଜମି ସେମାନଙ୍କୁ ଦେବେ। ତେବେ ଏନେଇ ସର୍ତ୍ତ ମଧ୍ୟ ରହିଛି। ବାସ କରୁଥିବା ଜମି ୨୦୦ ଗଜରୁ ଅଧିକ ହେବା ଉଚିତ ନୁହେଁ ଏବଂ ଏଥିପାଇଁ କିଛି ଦେୟ ନିଆଯିବ।

ଏହା ବ୍ୟତୀତ ପରିବାର ପରିଚୟ ପତ୍ର ମାଧ୍ୟମରେ ଚିହ୍ନିତ ଯାଯାବର ସମ୍ପ୍ରଦାୟର ଲୋକଙ୍କୁ ସେମାନଙ୍କର ବାର୍ଷିକ ଆୟର ହିସାବ ମଧ୍ୟ ଦେବାକୁ ପଡ଼ିବ। ସେମାନଙ୍କର ଆୟ ବାର୍ଷିକ ୧.୮୦ ଲକ୍ଷରୁ କମ ହୋଇଥିବା ଆବଶ୍ୟକ। ସେମାନଙ୍କୁ ହାଉସିଂ ବିଭାଗ ମାଧ୍ୟମରେ ମଧ୍ୟ ଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ କବୀର କୁଟିରରେ ଜନତା ଦରବାରରେ ଯାଯାବର ସମ୍ପ୍ରଦାୟର ପ୍ରତିନିଧୀଙ୍କ ସମସ୍ୟା ଶୁଣିବା ପରେ ମନୋହର ଳାଲ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହରିୟାଣା ସରକାର ଅତ୍ୟନ୍ତ ଗରିବ ପରିବାରଙ୍କର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ୨.୫ ଲକ୍ଷ ପରିବାର ମୁଖ୍ୟମନ୍ତ୍ରୀ ଆନ୍ତୋଦୟ ପାରିବାର ଉତ୍ଥାନ ଯୋଜନା ର ସୁବିଧା ଲାଭ କରି ପାରିଛନ୍ତି। ସେଥିମଧ୍ୟରୁ ୪୦ ହଜାର ପରିବାରଙ୍କ ଋଣ ମଞ୍ଜୁର ହୋଇଛି। ଅନଲାଇନ ଯୋଜନାରେ ପୋର୍ଟାଲର ସମସ୍ୟା ଦୂର କରିବା ପାଇଁ ସାଧାରଣ ସେବା କେନ୍ଦ୍ରକୁ ବିଶେଷ ଧ୍ୟାନ ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

Share