ଜମିଜମା କିଣାବିକା କରୁଥିଲେ ନିଶ୍ଚିତ ଜାଣନ୍ତୁ, ରାଜସ୍ବମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୦।୧୨: ଆଗାମୀ ଦିନରେ ଜମିଜମା କିଣାବିକା ସମ୍ପୂର୍ଣ୍ଣ କ୍ୟାସଲେସ ହେବ। ଜମିଜମା କିଣାବିକାକୁ କ୍ୟାସଲେସ କରିବାକୁ ଯୋଜନା ଚାଲିଛି। ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହାଦ୍ୱାରା ଲାଞ୍ଚ କାରବାରକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି।
ଭୁବନେଶ୍ୱର ଖଣ୍ଡଗିରି ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣି (ଜୁନିୟର୍‌ କ୍ଲର୍କ) ଦେବଯାନୀ କରଙ୍କୁ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ଜଣେ ଆଇନଜୀବୀଙ୍କଠୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋମବାର କନିଷ୍ଠ କିରାଣି (ଜୁନିୟର୍‌ କ୍ଲର୍କ) ଦେବଯାନୀ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ। ଭିଜିଲାନ୍ସ ଅଧିକାରୀମାନେ ସାକ୍ଷୀଙ୍କ ଉପସ୍ଥିତିରେ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏପରିକି ଭିଜିଲାନ୍ସ ପକ୍ଷରୁ ଦେବଯାନୀଙ୍କ ଭୁବନେଶ୍ୱର ଓଲ୍‌ଡ ଟାଉନସ୍ଥିତ ବାସଭବନ ଓ ସବ୍‌ ରେଜିଷ୍ଟ୍ରାର ଅଫିସରେ ଯାଞ୍ଚ କରାଯାଇଥିଲା।

ଯାଞ୍ଚ ବେଳେ ଅଫିସରୁ ୧୫ ଲକ୍ଷ ୮ହଜାର ୫୫୦ ନଗଦ ଟଙ୍କା ଠାବ ହୋଇଥିଲା। ସବ୍‌ ରେଜିଷ୍ଟ୍ରାର୍‌ ଅଫିସରୁ ଏତେ ପରିମାଣର ଟଙ୍କା ଠାବ ହେବାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିବା ବେଳେ ଏନେଇ କର୍ମଚାରୀମାନଙ୍କୁ ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରିଛନ୍ତି। ଏହି ଟଙ୍କାର ଉତ୍ସ ଖୋଜିବାରେ ସହଯୋଗ କରିବାକୁ କଟକସ୍ଥିତ ନିବନ୍ଧକ ମହାନିରୀକ୍ଷକ (ଆଇଜିଆର୍‌)ଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ଡକାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri