Categories: ଜାତୀୟ

ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଇଡି ଚଢାଉ

ନୂଆଦିଲ୍ଲୀ,୧୦।୩: ଜମି ବଦଳରେ ଚାକିରି ଦେବା ମାମଲାରେ ଶୁକ୍ରବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆରଜେଡି ନେତା ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଚଢାଉ କରିଛି। ବିହାର, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ଇଡି ପକ୍ଷରୁ ଏହି ଚଢାଉ କରାଯାଇଛି। ଏଥିସହ ଲାଲୁଙ୍କ ସହଯୋଗୀ ତଥା ଆରଜେଡିର ପୂର୍ବତନ ବିଧାୟକ ଅବୁ ଦୋଜାନାଙ୍କ ବାସଭବନରେ ମଧ୍ୟ ଇଡି ଚଢାଉ କରିଥିବା ଜଣାପଡିଛି।
ଏହି ମାମଲାକୁ ନେଇ ଏହାପୂର୍ବରୁ ସିବିଆଇ ସୋମବାର ପାଟନାରେ ରାବ୍ରି ଦେବୀଙ୍କ ଘରେ ପହଞ୍ଚି ପଚରାଉଚରା କରିଥିଲା।

Share