ପୁରୁଷୋତ୍ତମପୁର ସବ-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: ବନ୍ଧାହେବେ ଦୂର୍ନିତିକାରୀ

ପୁରୁଷୋତ୍ତମପୁର, ୬ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟ୍ରାର ଅଫିସରେ ଘଟିଥିବା ଜମି ଦୁର୍ନୀତି ଘଟଣାରେ ପୋଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ଫଳରେ ଏହି ଚର୍ଚ୍ଚିତ ଜମି ଦୁର୍ନୀତିର ଗୁମୁର ଫିଟିବ ବୋଲି ଆଶା କରାଯାଉଛି। ସବରେଜିଷ୍ଟ୍ରାର ପ୍ରଫୁଲ୍ଲ ଛୁରା ଚିଠି ନଂ. ୧୩୫୬ରେ ଗତ୨୪ା୧୨ା୨୦୨୫ରେ ପୁରୁଷୋତ୍ତମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଏହାକୁ ଭିତ୍ତିକରି ଥାନା ଆଇଆଇସି ରାଜେଶ ନାୟକ ନଂ. ୧୫/୨୬ରେ ମଙ୍ଗଳବାର ଏକ ମାମଲା ରୁଜୁ କରିଛନ୍ତି। ଏନେଇ ଆଇଆଇସି ନାୟକ କହିଛନ୍ତ, ଏହି ଘଟଣା ଅତି ଗୁରୁତ୍ୱପୂର୍ଣ୍ଣତ୍‌। ଏହାର ତଦନ୍ତ ପାଇଁ ଏସ୍‌ଆଇ ଶୁଶାନ୍ତ ମିଶ୍ରଙ୍କୁ ଦାୟିତ୍ୱ ଦେଇଛି। ମାମଲାର ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ। ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ଗିରଫ ହେବେ ବୋଲି ନାୟକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ରାଣୀଗାଁ ମୌଜା ବଡବରଗାଁର ଦଣ୍ଡପାଟ ବାଉରିଦୋରା ପିତା ଦଣ୍ଡପାଟ କ୍ରିଷ୍ଣାମାଦୋରାଙ୍କ ନାମରେ ଖାତା ନଂ. ୩୯୦ରେ ୨ଟି ପ୍ଲଟରେ ଥିବା ବିଲ ପ୍ଲଟ ନଂ. ୩୦୬୨ ଓ ପ୍ଲଟ ନଂ. ୩୦୬୩ ରହିଛି। କ୍ରିଷ୍ଣାମାଦୋରା ଗତ ୨୦୧୦ ଡିସେମ୍ବରରେ ମୃତ୍ୟୁବରଣ କରିଛନ୍ତି। ମାତ୍ର ତାଙ୍କର ଏହି ଜମିକୁ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୋଳାସିଙ୍ଗି ଗ୍ରାମର ପି.ମହେନ୍ଦ୍ର ଦୋରା ପିତା ପି.ରାମଚନ୍ଦ୍ର ଦୋରା ନିଜ ଆଧାରକାର୍ଡ ଜାଲିଆତି କରି ଦଣ୍ଡପାଟ ବାଉରିଦୋରାଙ୍କ ନାମରେ ନକଲି ଆଧାରକାର୍ଡ ପ୍ରସ୍ତୁତ କରି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡଖରିଡା ପଞ୍ଚାୟତ ବୀରଜଗନ୍ନାଥପୁର ଗ୍ରାମର ଭାଗ୍ୟଲତା ମହାପାତ୍ର ସ୍ବାମୀ ସରୋଜ ଦାଶଙ୍କୁ ଗତ ଜୁନ ମାସରେ ଜମିଟି ବିକ୍ରି କରିଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଅପାରଗତାରେ ଭାଜପା ଦେଶରେ ୧ ନମ୍ବର’

ଭୁବନେଶ୍ୱର, ୭।୧(ସୁନିତ୍‌ ମିଶ୍ର): ବାଣପୁରରେ ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ଉଦ୍‌ବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରରେ ୫-ଟି...

ଓଡ଼ିଶାର ‘କାଶ୍ମୀର’ରେ ସାଇକେଲ୍ ଧରି ବୁଲୁଛନ୍ତି ଜର୍ମାନ ଦମ୍ପତି, ବିଭୋର କରୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ଦାରିଙ୍ଗବାଡି,୭।୧: କନ୍ଧମାଳ ଜିଲାର ପାହାଡ଼ିଆ ଅଞ୍ଚଳ ଦାରିଙ୍ଗବାଡ଼ି, ଯାହାକୁ ‘ଓଡ଼ିଶାର କାଶ୍ମୀର’ କୁହାଯାଏ, ସେଠାରେ ଏବେ ଜର୍ମାନୀର ଏକ ପର୍ଯ୍ୟଟକ ଦମ୍ପତି ସାଇକେଲ ଯାତ୍ରାର ମଜା...

ଏକତରଫା ପ୍ରେମ: ବିବାହ ପରେ ବି ଯୁବତୀଙ୍କୁ ଜୋର କରି ଉଠାଇ ବନ୍ଦି କରି ରଖିଥିଲେ, ଯୁବକଙ୍କୁ…

ମୋହନା, ୭ା୧(ମନ୍ମଥ ମିଶ୍ର)- ପ୍ରେମ ସମ୍ପର୍କକୁ ନେଇ ଗଜପତି ଜିଲା ମୋହନାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମୋହନା ପୋଲିସ ଜଣେ ଯୁବକଙ୍କୁ ଚନ୍ଦ୍ରଗିରିରୁ ଗିରଫ କରିଛି।...

୧୮୨ କେଜି ଭାଙ୍ଗ ଜବତ କଲା ଅବକାରୀ ବିଭାଗ; ଜେଲ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଏବଂ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିଗପହଣ୍ଡି ବ୍ଳକର ପୃଥକ ସ୍ଥାନରେ...

Makar Sankranti ୨୦୨୬: ମକର ସଂକ୍ରାନ୍ତିରୁ ମହାଲକ୍ଷ୍ମୀ ରାଜଯୋଗ, ଏହି ୪ ରାଶିର ବ୍ୟକ୍ତି…

ମକର ସଂକ୍ରାନ୍ତି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ପର୍ବ ମଧ୍ୟରୁ ଗୋଟିଏ, ଯାହା ପ୍ରକୃତି ଏବଂ ବ୍ରହ୍ମାଣ୍ଡର ପରିବର୍ତ୍ତନର ପ୍ରତୀକ। ଏହି ପର୍ବ ବିଶ୍ୱରେ ପ୍ରାକୃତିକ...

kathua Encounter: ଜମ୍ମୁ-କାଶ୍ମୀରର କଠୁଆରେ ଏନକାଉଣ୍ଟର, ଫସି ରହିଛନ୍ତି…

ନୂଆଦିଲ୍ଲୀ,୭।୧: ଜମ୍ମୁ କାଶ୍ମୀରର ଜମ୍ମୁ ଡିଭିଜନର କଠୁଆ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି । ବିଲ୍ଲାୱାର ଅଞ୍ଚଳର କାମଦ...

ବସ୍‌ରେ ଚଢ଼ିବା ବେଳେ ଭ୍ୟାନିଟିରୁ ଲୁଟିନେଲେ ୩୦ ଲକ୍ଷର ସୁନାଗହଣା, ଥାନାରେ ପହଞ୍ଚିଲେ…

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ପୋଡ଼ାମାରି ରୋଡ଼ ଦାମୋଦର ନଗର ୨ୟ ଲେନରେ ରହୁଥିବା ଭୀଷ୍ମଗିରି ଗ୍ରାମର ଇ.ସସ୍ମିତା ପାତ୍ରଙ୍କ ଭ୍ୟାନିଟି...

ଆୟୁଷ୍ମାନ କାର୍ଡରେ ୧୫ ଲକ୍ଷର ଚିକିତ୍ସା କରାଯାଇପାରିବ କି? ମନରେ ଦ୍ୱନ୍ଦ୍ୱକୁ କରନ୍ତୁ ଦୂର…

ନୂଆଦିଲ୍ଲୀ,୭।୧: ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ପରିସରକୁ ବଢ଼ାଇ ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ସମସ୍ତ ବରିଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri