ବିମାନ ସେବାରେ ବାଟ ଓଗାଳୁଛି ଜମି ଅଧିଗ୍ରହଣ

ଭବାନୀପାଟଣା,୨୬।୧୨(ସ୍ବ.ପ୍ର.):କଳାହାଣ୍ଡି ଜିଲା ଉତ୍କେଲା ଏୟାରଷ୍ଟ୍ରିପ କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନା-୪ରେ ସାମିଲ ହୋଇଛି। ଜମି ଅଧିଗ୍ରହଣ ନ ହେବା ଯୋଗୁ କାର୍ଯ୍ୟରେ ବିଳମ୍ବ ଦେଖାଦେଇଛି। ଗତ କିଛି ଦିନ ତଳେ ଜିଲାପାଳ ପି. ଅନ୍ବେଷା ରେଡ୍ଡୀ ଏୟାରଷ୍ଟ୍ରିପ ଗସ୍ତ କରି ବିଭାଗୀୟ ଅଧିକାରୀ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଜମି ଅଧିଗ୍ରହଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବେଳେ ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି। ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଯେ, କେସିଙ୍ଗା ଉତ୍କେଲାରେ ୧୯୬୨ରେ ଏୟାରଷ୍ଟ୍ରିପ ସ୍ଥାପନ ହୋଇଥିଲା। ୨୦୧୬-୧୭ରେ ଉଡାଣ ଯୋଜନାରେ ୩ କୋଟି ଟଙ୍କାର ଅନୁଦାନ ମଧ୍ୟ ମିଳିଥିଲା। ପାଖାପାଖି ୩୦ ଏକର ଜମିରେ କଳାହାଣ୍ଡି ପୂର୍ତ୍ତ ବିଭାଗ ପକ୍ଷରୁ ଏହି ଅନୁଦାନରେ ଏୟାରଷ୍ଟ୍ରିପର ସମ୍ପ୍ରସାରଣ, ନିର୍ମାଣ, ପାଚେରି, ଡ୍ରେନ, ଦୁଇ ପାର୍ଶରେ ରାସ୍ତା, ସିଗ୍ନାଲ ରୁମ, କଣ୍ଟ୍ରୋଲ ରୁମ, ରେଷ୍ଟ ହାଉସ, ଗେଷ୍ଟ ହାଉସ ନିର୍ମାଣ ଓ ସମ୍ପ୍ରସାରଣ କରାଯାଇଥିଲା। ଏଫ୍ରନ, ଟ୍ୟାକ୍ସିଓ୍ବେ, ପୋଲିସ ଓ ଅଗ୍ନିଶମ ବିଭାଗ ପାଇଁ ବାରାକ, ଓଭରହେଡ ପାଣିଟାଙ୍କି ଓ ଜଳ ଯୋଗାଣ ନିମନ୍ତେ କାର୍ଯ୍ୟ ଶେଷ ହୋଇଛି। ୨୦୧୯ ଫେବୃୟାରୀ ୧୧ରେ ସରକାରଙ୍କ ପକ୍ଷରୁ ୫୫ କୋଟି ଏବଂ ୧୬ ତାରିଖରେ ୧୬.୭୭ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ଏଥିରେ ୨୫୯ ଏକର ଜମି ଅଧିଗ୍ରହଣ ସହ ଉତ୍କେଲା ଏୟାରଷ୍ଟ୍ରିପର ସମ୍ପ୍ରସାରଣ ହେବ ବୋଲି ସୂଚନା ଦିଆଯାଇଥିଲା। ବର୍ତ୍ତମାନ ୯୦୦ ମିଟର ଜମି ଥିବା ବେଳେ ସମ୍ପ୍ରସାରଣ ହେଲେ ପରିସର ୨ କି.ମି. ବୃଦ୍ଧି ପାଇବ। ପାଖାପାଖି ୨୫୦ ଏକର ଜମି ଅଧିଗ୍ରହଣ ହୋଇଛି। ହେଲେ ବଳକା ପ୍ରାୟ ୮ଏକର ଜମି ଅଧିଗ୍ରହଣରେ ବାଧା ସୃଷ୍ଟି ହେଉଛି। ଏହି ଜମି ଅଧିଗ୍ରହଣ ପାଇଁ ବିଭିନ୍ନ ସ୍ଥାନରେ ବିରୋଧ ହେଉଛି। ଜମି ଅଧିଗ୍ରହଣ ହେଉ ନ ଥିବାରୁ ଡିଜିସିଏ ଲାଇସେନ୍ସ ଆବେଦନ ହୋଇପାରୁନାହିଁ। ରନଓ୍ବେ ପଛପଟେ କିଛି ଗଛ ମଧ୍ୟ ପାଚେରିକୁ ଲାଗି ରହିଛି। ଚଳିତ ମାସରେ ଡିଜିସିଏ ଲାଇସେନ୍ସ ଆବେଦନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବର୍ଷବର୍ଷ ଧରି ଜମି ଅଧିଗ୍ରହଣ କାର୍ଯ୍ୟରେ ବିଳମ୍ବ ଯୋଗୁ ଉଡାଣ ଯୋଜନା କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଛି। ଓଡ଼ିଶାର ଏସଆଇଇଏସ ସର୍ଭେ ପାଇଁ ନବକୃଷ୍ଣ ଚୌଧୁରୀ ଫାଉଣ୍ଡେଶନ ସଂସ୍ଥାକୁ ଭିତ୍ତଭୂମିର ସର୍ଭେ ଦାୟିତ୍ୱ ଦିଆଯାଇଥିଲା। ସେମାନେ ଚୂଡ଼ାନ୍ତ ରିପୋର୍ଟ ଜିଲା ପ୍ରଶାସନ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରି ସାରିଛନ୍ତି। ଏହାଦ୍ବାରା ଉତ୍କେଲାରୁ ଭୁବନେଶ୍ବର, ରାୟପୁର, ବିଶାଖାପାଟଣା, ଚେନ୍ନାଇ, ନୂଆଦିଲ୍ଲୀ, ମୁମ୍ବାଇ ଓ କୋଲକାତାକୁ ନିୟମିତ ବିମାନ ଚଳାଚଳ ପାଇଁ ସୁବିଧା ହେବ। ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ସମସ୍ତ କାର୍ଯ୍ୟ ଅଟକି ରହିଥିବା ବେଳେ ଏହାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି। ତେବେ କେବେ ଜମି ଅଧିଗ୍ରହଣ କାର୍ଯ୍ୟ ସରୁଛି, ଆଉ ଉଡାଣ ଯୋଜନାରେ କାର୍ଯ୍ୟ ଶେଷ ହେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri