ବିମାନ ସେବାରେ ବାଟ ଓଗାଳୁଛି ଜମି ଅଧିଗ୍ରହଣ

ଭବାନୀପାଟଣା,୨୬।୧୨(ସ୍ବ.ପ୍ର.):କଳାହାଣ୍ଡି ଜିଲା ଉତ୍କେଲା ଏୟାରଷ୍ଟ୍ରିପ କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନା-୪ରେ ସାମିଲ ହୋଇଛି। ଜମି ଅଧିଗ୍ରହଣ ନ ହେବା ଯୋଗୁ କାର୍ଯ୍ୟରେ ବିଳମ୍ବ ଦେଖାଦେଇଛି। ଗତ କିଛି ଦିନ ତଳେ ଜିଲାପାଳ ପି. ଅନ୍ବେଷା ରେଡ୍ଡୀ ଏୟାରଷ୍ଟ୍ରିପ ଗସ୍ତ କରି ବିଭାଗୀୟ ଅଧିକାରୀ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଜମି ଅଧିଗ୍ରହଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବେଳେ ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି। ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଯେ, କେସିଙ୍ଗା ଉତ୍କେଲାରେ ୧୯୬୨ରେ ଏୟାରଷ୍ଟ୍ରିପ ସ୍ଥାପନ ହୋଇଥିଲା। ୨୦୧୬-୧୭ରେ ଉଡାଣ ଯୋଜନାରେ ୩ କୋଟି ଟଙ୍କାର ଅନୁଦାନ ମଧ୍ୟ ମିଳିଥିଲା। ପାଖାପାଖି ୩୦ ଏକର ଜମିରେ କଳାହାଣ୍ଡି ପୂର୍ତ୍ତ ବିଭାଗ ପକ୍ଷରୁ ଏହି ଅନୁଦାନରେ ଏୟାରଷ୍ଟ୍ରିପର ସମ୍ପ୍ରସାରଣ, ନିର୍ମାଣ, ପାଚେରି, ଡ୍ରେନ, ଦୁଇ ପାର୍ଶରେ ରାସ୍ତା, ସିଗ୍ନାଲ ରୁମ, କଣ୍ଟ୍ରୋଲ ରୁମ, ରେଷ୍ଟ ହାଉସ, ଗେଷ୍ଟ ହାଉସ ନିର୍ମାଣ ଓ ସମ୍ପ୍ରସାରଣ କରାଯାଇଥିଲା। ଏଫ୍ରନ, ଟ୍ୟାକ୍ସିଓ୍ବେ, ପୋଲିସ ଓ ଅଗ୍ନିଶମ ବିଭାଗ ପାଇଁ ବାରାକ, ଓଭରହେଡ ପାଣିଟାଙ୍କି ଓ ଜଳ ଯୋଗାଣ ନିମନ୍ତେ କାର୍ଯ୍ୟ ଶେଷ ହୋଇଛି। ୨୦୧୯ ଫେବୃୟାରୀ ୧୧ରେ ସରକାରଙ୍କ ପକ୍ଷରୁ ୫୫ କୋଟି ଏବଂ ୧୬ ତାରିଖରେ ୧୬.୭୭ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ଏଥିରେ ୨୫୯ ଏକର ଜମି ଅଧିଗ୍ରହଣ ସହ ଉତ୍କେଲା ଏୟାରଷ୍ଟ୍ରିପର ସମ୍ପ୍ରସାରଣ ହେବ ବୋଲି ସୂଚନା ଦିଆଯାଇଥିଲା। ବର୍ତ୍ତମାନ ୯୦୦ ମିଟର ଜମି ଥିବା ବେଳେ ସମ୍ପ୍ରସାରଣ ହେଲେ ପରିସର ୨ କି.ମି. ବୃଦ୍ଧି ପାଇବ। ପାଖାପାଖି ୨୫୦ ଏକର ଜମି ଅଧିଗ୍ରହଣ ହୋଇଛି। ହେଲେ ବଳକା ପ୍ରାୟ ୮ଏକର ଜମି ଅଧିଗ୍ରହଣରେ ବାଧା ସୃଷ୍ଟି ହେଉଛି। ଏହି ଜମି ଅଧିଗ୍ରହଣ ପାଇଁ ବିଭିନ୍ନ ସ୍ଥାନରେ ବିରୋଧ ହେଉଛି। ଜମି ଅଧିଗ୍ରହଣ ହେଉ ନ ଥିବାରୁ ଡିଜିସିଏ ଲାଇସେନ୍ସ ଆବେଦନ ହୋଇପାରୁନାହିଁ। ରନଓ୍ବେ ପଛପଟେ କିଛି ଗଛ ମଧ୍ୟ ପାଚେରିକୁ ଲାଗି ରହିଛି। ଚଳିତ ମାସରେ ଡିଜିସିଏ ଲାଇସେନ୍ସ ଆବେଦନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବର୍ଷବର୍ଷ ଧରି ଜମି ଅଧିଗ୍ରହଣ କାର୍ଯ୍ୟରେ ବିଳମ୍ବ ଯୋଗୁ ଉଡାଣ ଯୋଜନା କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଛି। ଓଡ଼ିଶାର ଏସଆଇଇଏସ ସର୍ଭେ ପାଇଁ ନବକୃଷ୍ଣ ଚୌଧୁରୀ ଫାଉଣ୍ଡେଶନ ସଂସ୍ଥାକୁ ଭିତ୍ତଭୂମିର ସର୍ଭେ ଦାୟିତ୍ୱ ଦିଆଯାଇଥିଲା। ସେମାନେ ଚୂଡ଼ାନ୍ତ ରିପୋର୍ଟ ଜିଲା ପ୍ରଶାସନ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରି ସାରିଛନ୍ତି। ଏହାଦ୍ବାରା ଉତ୍କେଲାରୁ ଭୁବନେଶ୍ବର, ରାୟପୁର, ବିଶାଖାପାଟଣା, ଚେନ୍ନାଇ, ନୂଆଦିଲ୍ଲୀ, ମୁମ୍ବାଇ ଓ କୋଲକାତାକୁ ନିୟମିତ ବିମାନ ଚଳାଚଳ ପାଇଁ ସୁବିଧା ହେବ। ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ସମସ୍ତ କାର୍ଯ୍ୟ ଅଟକି ରହିଥିବା ବେଳେ ଏହାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି। ତେବେ କେବେ ଜମି ଅଧିଗ୍ରହଣ କାର୍ଯ୍ୟ ସରୁଛି, ଆଉ ଉଡାଣ ଯୋଜନାରେ କାର୍ଯ୍ୟ ଶେଷ ହେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

ପ୍ରଣବଙ୍କ ଫାର୍ମ ହାଉସ ଜମି ମାପ ଚୁପ ଆରମ୍ଭ

ଯାଜପୁର/ଧର୍ମଶାଳା/ଚଢ଼େଇଧରା,୧୮।୨(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଦିଲୀପ ପରିଡ଼ା): ସରକାରୀ ଜମି ଜବରଦଖଲ ଅଭିଯୋଗ ପରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ମାପଚୁପ ଆରମ୍ଭ ହୋଇଛି।…

ପାଠ ପଢ଼ାଇଲେ, ଆଡ୍‌ମିଟ୍‌ କାର୍ଡ ଦେଲେନି: ସିବିଏସ୍‌ଇ ୧୦ମ ପରୀକ୍ଷାରୁ ଛାତ୍ର ବଞ୍ଚିତ

ପାରଳାଖେମୁଣ୍ଡି,୧୮ା୨ (ଗିରିଧାରୀ ପରିଚ୍ଛା):ସିବିଏସ୍‌ଇ ମାଟ୍ରିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ହେଲେ ଏକ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଗଜପତି ଜିଲା କାଶୀନଗରରେ ଜଣେ ଛାତ୍ର ପରୀକ୍ଷା…

ବୟସ ୮୦ ଟପିଲାଣି, ବୃଦ୍ଧାଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା

ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ବୟସ ୮୦ ଟପିଲାଣି। ହାତରେ ବଙ୍କୁଲି ବାଡ଼ି ଟିଏ ଧରି ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଆଉ ଅଭିଯୋଗ ମଧ୍ୟ କଲେ ମଧ୍ୟ ଅନୁଭବ…

ଦିବ୍ୟାଙ୍ଗଙ୍କୁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚାଇ ଚର୍ଚ୍ଚାରେ ସୁରକ୍ଷାକର୍ମୀ

ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ଜଣେ ସୁରକ୍ଷାକର୍ମୀ ଅସହାୟ ଓ ଦିବ୍ୟାଙ୍ଗଙ୍କୁ ନେଇ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚାଇ ଏବେ ସବୁଠି ଚର୍ଚ୍ଚା ଓ ପ୍ରଶଂସା ସାଉଣ୍ଟୁଥିବା ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri