Categories: ଜାତୀୟ

ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ନିଜ ହାତରେ ରୋଷେଇ କରି ଖୁଆଇବେ ମୁଖ୍ୟମନ୍ତ୍ରୀ

ଜଳନ୍ଧର,୮।୯: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରାଜ୍ୟର ଅଲିମ୍ପିକ ପଦକ ବିଜେତାମାନଙ୍କୁ ବୁଧବାର ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। ରାତ୍ରୀ ଭୋଜନ ପାଇଁ ପଟିଆଲାର ପାରମ୍ପାରିକ ଖାଦ୍ୟ ପୁଲାଓ, ମେଣ୍ଢା ମାଂସ, ଚିକେନ, ଆଳୁ ଏବଂ ମିଠା ପୁଲାଓ ଭଳି ସମସ୍ତ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବେ ନିଜେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ପଞ୍ଜାବର ଅଲିମ୍ପିକ ପଦକ ବିଜେତା କ୍ରୀଡ଼ାବିତ୍‌ (ଏବଂ ନୀରଜ ଚୋପ୍ରା) କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ କ୍ୟାପଟେନ ଅମରିନ୍ଦର ସିଂ ନିଜେ ରୋଷେଇ କରି ଖେଳାଳିଙ୍କୁ ଖୁଆଇବେ। ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ରେଭେନ ଥୁକ୍ରାଲ ଟୁଇଟ୍‌ କରିଛନ୍ତି।
କ୍ୟାପଟେନ ଅମରିନ୍ଦର ସିଂ ଜଣେ ଭଲ ରୋଷେୟା। ଗତ ମାସରେ ପଞ୍ଜାବରେ ଟୋକିଓ ଅଲିମ୍ପିକ୍ସର ବିଜେତାମାନଙ୍କ ସମ୍ମାନାର୍ଥେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କ୍ୟାପଟେନ ଅମରିନ୍ଦର ସିଂ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ସମସ୍ତ ଖେଳାଳିଙ୍କୁ ନିଜ ହାତରନ୍ଧା ଖାଦ୍ୟ ଯୋଗାଇ ଦେବେ। ମୁଁ ଖାଦ୍ୟକୁ ବହୁତ ପସନ୍ଦ କରେ ନାହିଁ କିନ୍ତୁ ରୋଷେଇ କରିବାକୁ ଭଲ ପାଏ। ମୁଁ ତୁମ ସମସ୍ତଙ୍କ ପାଇଁ ରୋଷେଇ କରିବି ଏବଂ ସମସ୍ତ ପଦକ ବିଜେତାଙ୍କୁ ପଞ୍ଜାବ ସରକାର ଚାକିରି ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପଞ୍ଜାବରେ ଖେଳାଳିଙ୍କ ନାମରେ ସ୍କୁଲ ଏବଂ ରାସ୍ତା ରହିବ।

Share