Categories: ଜାତୀୟ

ପାସ୍‌ପୋର୍ଟ ଫେରିପାଇଲେ ଲାଲୁ

ପାଟନା,୧୫ା୬: ପାଟନାର ସିବିଆଇ କୋର୍ଟ ମଙ୍ଗଳବାର ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପାସ୍‌ପୋର୍ଟ ଫେରାଇ ଦେଇଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କ ପାସ୍‌ପୋର୍ଟ ଜବତ କରିଥିଲା। ପାସ୍‌ପୋର୍ଟ ଅବଧି ଶେଷ ହୋଇଥିବାରୁ ତାଙ୍କୁ ନବୀକରଣ କରିବାକୁ ହେବ। କିଡ୍‌ନୀ ପ୍ରତିରୋପଣ ଲାଗି ସିଙ୍ଗାପୁର ଯିବାକୁ ଚାହୁଁଥିବା ଲାଲୁ ପାସ୍‌ପୋର୍ଟ ଫେରିପାଇବା ପାଇଁ ଅଦାଲତରେ ଆବେଦନ କରିଥିଲେ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ ଦଣ୍ଡାଦେଶର ଅଧାରୁ ଊର୍ଦ୍ଧ୍ୱ ସମୟ ସଜା କାଟିବା ପରେ ଏବେ ଆର୍‌ଜେଡି ସୁପ୍ରିମୋ ଜାମିନରେ ଅଛନ୍ତି।

Share