Categories: ଜାତୀୟ

ଭିଡିଓ କନଫରେନସିଂ ମାଧ୍ୟମରେ ହେବ ଗୋଖାଦ୍ୟ ଦୁର୍ନିତି ମାମଲାର ଦୋଷୀଙ୍କ ଦଣ୍ଡାଦେଶ ଶୁଣାଣି

ପାଟନା,୨୧ ।୨: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ସୋମବାର ଏକ ଗରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ସୋମବାର ଡୋରଂଡା ଗୋଖାଦ୍ୟ ଦୁର୍ନିତି ମାମଲାରେ ରାଞ୍ଚିର ସିବିଆଇର ବିଶେଷ ଅଦାଲତ ସଜା ଶୁଣାଇବେ । । ସୂଚନାଯୋଗ୍ୟ, ଏହି ପଞ୍ଚମ ମାମଲା ପୂର୍ବରୁ ଲାଲୁ ଯାଦବଙ୍କୁ ୪ ମାମଲାରେ ୧୪ ବର୍ଷ ଜେଲ ଦଣ୍ଡ ଦିଆଯାଇଛି ।
୧୩୯ କୋଟି ଟଙ୍କାର ଡୋରଂଡା ଗୋଖାଦ୍ୟ ଦୁର୍ନିତି ମାମଲାରେ ଲାଲୁ ଯାଦବଙ୍କ ସମେତ ୩୮ ଦୋଷୀଙ୍କୁ ସୋମବାର ଭିଡିଓ କନଫରେନସିଂ ଜରିଆରେ ସଜା ଶୁଣାଇବେ । ଏହା ପୂର୍ବରୁ ଫେବୃୟାରୀ ୧୫ରେ ସିବିଆଇର ବିଶେଷ ଅଦାଲତ ୪୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଏହାର ଦଣ୍ଡ ବିଧାନପାଇଁ ୨୧ ଫେବୃୟାରୀ ତାରିଖ ସ୍ଥିର କରାଯାଇଥିଲା ।

Share