Categories: ଜାତୀୟ

ମୁଲାୟମ ସିଂ ଯାଦବଙ୍କୁ ପଦ୍ମ ବିଭୁଷଣ ମିଳିବା ପରେ ପ୍ରତିକ୍ରିୟା ରଖିଲେ ଲାଲୁଙ୍କ ଝିଅ

ପାଟନା,୬।୪: ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ବୁଧବାର ବରିଷ୍ଟ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କୁ ମରଣୋତ୍ତର ପଦ୍ମ ବିଭୁଷଣରେ ସମ୍ମାନୀତ କରିଛନ୍ତି। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ଦିଆଯାଇଛି। ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଓ ଦୀର୍ଘଦିନ ଧରି ଏମପି ବି ରହିଥିଲେ। ଏହାପରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରାଜ ଲକ୍ଷ୍ମୀ ଯାଦବଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ରାଜ ଲକ୍ଷ୍ମୀ ଯାଦବ କହିଛନ୍ତି, ମାନନୀୟ ରାଷ୍ଟ୍ରପତିଙ୍କ ଦ୍ୱାରା ନେତାଜୀଙ୍କୁ ପଦ୍ମ ବିଭୁଷଣରେ ସମ୍ମାନୀତ କରାଯାଇଛି, ଯାହାକି ସମାଜର ମୁଖ୍ୟ ଧାରାରେ ଶୋଷିତ, ବାଞ୍ଛିତ ଓ ପଛୁଆବର୍ଗଙ୍କୁ ମୁଖ୍ୟ ସ୍ରୋତ ସହ ଯୋଡିବାକୁ ସର୍ବଦା ତାଙ୍କୁ ସ୍ମରଣ କରିବ। ତୁମେ ଆମକୁ ସର୍ବଦା ପ୍ରେରଣା ଯୋଗାଇବ। ଅଖିଳେଶ ଯାଦବଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋ ଉପରେ ରାଜ ଲକ୍ଷ୍ମୀ ଏହି ପ୍ରତିକ୍ରିୟା ଦେଇଛନ୍ତି। ଏହା ପୂର୍ବରୁ ବୁଧବାର ଦିନ ଅଖିଳେଶ ଯାଦବ ନେତାଜିଙ୍କ ପଦ୍ମ ବିଭୁଷଣ ପୁରସ୍କାର ଗ୍ରହଣ କରିଥିଲେ।

Share