Categories: ଜାତୀୟ

ଦୀର୍ଘ ୩ ବର୍ଷ ପରେ ଜେଲ୍‌ରୁ ବାହାରିଲେ ଲାଲୁ ଯାଦବ

ରାଞ୍ଚି,୩୦।୪: ଦୀର୍ଘ ଦିନର କୋର୍ଟ ଲଢେଇ ପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲରୁ ମୁକ୍ତ ହୋଇଛନ୍ତି। ହାଇକୋର୍ଟରୁ ଜାମିନ ପାଇବା ପରେ ଲାଲୁ ୧୨ ଦିନ ଜେଲରୁ ବାହାରିଛନ୍ତି। ସୂଚନାଯୋଗ୍ୟ, ଝାଡଖଣ୍ଡର ଡୁମ୍‌କା ଟ୍ରେଜେରୀରେ ମାମଲାରେ ମାର୍ଚ୍ଚ ୧୯, ୨୦୧୮ରୁ ଲାଲୁ ଜେଲ୍‌ରେ ଥିଲେ। ଏହି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଏପ୍ରିଲ ଗତ ୧୭ ରେ ଝାଡଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଏହି ନିର୍ଦ୍ଦେଶ ଜାରି କରାଯିବା ପରେ ଲାଲୁ ପ୍ରସାଦଙ୍କ ଓକିଲ ଓକିଲ ଗୁରୁବାର ଦୁଇଟି ବ୍ୟକ୍ତିଗତ ବଣ୍ଡ ଦାଖଲ କରିଥିଲେ। ଏହାପରେ ଲାଲୁଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share