ଲାଲୁ ଯାଦବଙ୍କ ଉପରେ ନିର୍ମାଣ ହେବ ବାୟୋପିକ

ମୁମ୍ବାଇ,୨୬।୧୦: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିଷୟରେ ଏକ ବଡ଼ ଖବର ଆସିଛି। ଭାରତୀୟ ରାଜନୈତିକ କ୍ୟାରିୟରରେ ଲାଲୁ ପ୍ରସାଦ ଯାଦବଙ୍କର ଏକ ସ୍ବତନ୍ତ୍ର ଶୈଳୀ ଅଛି। ସେ ତାଙ୍କର ଶୈଳୀ ହେଉ କିମ୍ବା ରାଜନୀତିରେ ତାଙ୍କର କୌଶଳ, ସବୁ ବିଷୟରେ ସେ ପାରଦର୍ଶୀ। ଏବେ ଲାଲୁ ଯାଦବଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି, ଯାହା ତାଙ୍କ ଜୀବନ ବିଷୟରେ ଖୋଲାଖୋଲି ଭାବେ ଦର୍ଶାଇବ।

ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରିୟ ଜନତା ପାର୍ଟି ଏହି ସୂଚନା ଦେଇଛି। ସେ କହିଛନ୍ତି ଯେ ଗତ ୫-୬ ମାସ ଧରି ଫିଲ୍ମରେ କାମ ଚାଲିଛି। ନିକଟ ସୂତ୍ର ଅନୁଯାୟୀ ପ୍ରକାଶ ଝାଙ୍କ ପ୍ରଡକ୍ସନ ହାଉସ ଦ୍ୱାରା ପ୍ରସ୍ତୁତ ହେବାକୁ ଏହି ଫିଲ୍ମ। ଆହୁରି ମଧ୍ୟ ଖବର ରହିଛି, ତେଜସ୍ବୀ ପ୍ରସାଦ ଏହି ଫିଲ୍ମରେ ଟଙ୍କା ବିନିଯୋଗ କରୁଛନ୍ତି ଏବଂ ସେ ଏଥିପାଇଁ ଟଙ୍କା ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ଫିଲ୍ମରେ ଷ୍ଟାରକାଷ୍ଟକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ହେଲେ ଆସନ୍ତାବର୍ଷ ଫିଲ୍ମଟି ସନେମାଘରେ ରିଲିଜ ହେବା ନେଇ କୁହାଯାଉଛି।

Share