ପଦଯାତ୍ରା କରି ପ୍ରଚାର ଆରମ୍ଭ କଲେ ଲଳିତା

କେସିଙ୍ଗା,୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନରୁ ବିଜେଡି ଲଳିତା ନାଏକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ସାଗର ଚରଣ ଦାଶଙ୍କୁ ଟିକେଟ ଦେଇଛି। ଭାଜପା ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି। ଭବାନୀପାଟଣା ବିଧାନସଭ ସଭା ଆସନରେ ୩ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

କେସିଙ୍ଗାର ବିଭିନ୍ନ ଅଞ୍ଚଳରେ ବିଜେଡି ପକ୍ଷରୁ ଗାଁ ଗାଁରେ ପଦଯାତ୍ରା କରି ପ୍ରଚାର କରୁଛି। ବିଭିନ୍ନ ଗ୍ରାମରେ ମହିଳା ଗୋଷ୍ଠୀ, ମିଶନ ଶକ୍ତି ମହିଳା, ଯୁବକଯୁବତୀମାନେ ଲଳିତାଙ୍କୁ କଳସ ସ୍ଥାପନ କରି ପୁଷ୍ପମାଳା ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା ମଧ୍ୟ କରୁଛନ୍ତି। କେସିଙ୍ଗା ବ୍ଲକ ଓ ଏନଏସି ସମେତ ୧୭ଟି ପଞ୍ଚାୟତ ଓ ଭବାନୀପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ଗ୍ରାମକୁ ବିଜେଡି କର୍ମୀମାନେ ଉତ୍ସାହର ସହିତ ଲୋକଙ୍କ ସହିତ ଯୋଡି ହୋଇ ପ୍ରଚାରରେ ଆଗୁଆ ଅଛନ୍ତି। ନବୀନ ପଟ୍ଟନାୟକଙ୍କୁ ପୁଣି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳୀୟ କର୍ମକର୍ତ୍ତା ଲାଗି ପଡ଼ିଛନ୍ତି।