Categories: ବାଣିଜ୍ୟ

ଲାଲଚାନ୍ଦ୍‌ର ଗ୍ରେଟ୍‌ ମନ୍‌ସୁନ୍‌ ଅଫର

ଭୁବନେଶ୍ୱର,୩୦।୬: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ‘ଗ୍ରେଟ୍‌ ମନ୍‌ସୁନ୍‌ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମୌସୁମୀକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଲାଲଚାନ୍ଦ୍‌ ଉକ୍ତ ଅଫର ଅଧୀନରେ ‘ସିମ୍ପଲି ବିଉଟିଫୁଲ’ ନାମକ ଏକ କାରୁକାର୍ଯ୍ୟ ଭରା କଲେକ୍ସନକୁ ସାମିଲ କରାଇଛି। ଉଲ୍ଲେଖଯୋଗ୍ୟ, ଲାଲଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଗୁରୁବାର ସ୍ଥାନୀୟ ହୋଟେଲ ଦ ନ୍ୟୁ ମାରିଅନ୍‌ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଉପରୋକ୍ତ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ଅଫର ଜରିଆରେ ଗ୍ରାହକମାନେ ଅନେକ ସୁବିଧା ଓ ନୂତନ କଲେକ୍ସନର ଗହଣା ସଂଗ୍ରହ କରିପାରିବେ। ବିଶେଷକରି ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କ ସୁନାଗହଣାର ଗ୍ରାମ୍‌ ପିଛା ଗଢ଼ା ମୂଲ୍ୟ ଫ୍ଲାଟ୍‌ ୬୯୯ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିଭଳି ହୀରା ମୂଲ୍ୟ ଉପରେ ଫ୍ଲାଟ୍‌ ୨୫%ର ରିହାତି ରହିଥିବାବେଳେ ମନୋନୀତ ଅନ୍ତର୍ଜାତୀୟ ବ୍ରାଣ୍ଡେଡ୍‌ ଘଣ୍ଟା ଉପରେ ଫ୍ଲାଟ୍‌ ୧୫%ର ରିହାତି ଦିଆଯାଉଛି। ଏପରିକି ବ୍ରାଣ୍ଡେଡ୍‌ ରୁପା ସାମଗ୍ରୀ ଉପରେ ଫ୍ଲାଟ୍‌ ୧୫% ରିହାତି ସାଙ୍ଗକୁ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୫୦%ର ରିହାତି ପ୍ରଦାନ କରାଯାଉଛି। ଏ ସମ୍ପର୍କରେ ଲାଲଚାନ୍ଦ୍‌ ଜୁଏଲର୍ସର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସଞ୍ଜୟ ହଂସ କହିଛନ୍ତି, ଗତ ୭୫ ବର୍ଷ ଧରି ସାରା ରାଜ୍ୟରେ ଳାଲଚାନ୍ଦ ସବୁଠାରୁ ଭରସାଯୋଗ୍ୟ ବ୍ରାଣ୍ଡ୍‌ ହୋଇ ରହି ଆସିଛି। ଏପରିକି ଉଚ୍ଚମାନର ସୁନା, ସୁନା ମୂଲ୍ୟ ଏବଂ ସର୍ବନିମ୍ନ ଗଢ଼ା ମୂଲ୍ୟ ହିଁ ଲାଲଚାନ୍ଦକୁ ବେଶ୍‌ ଲୋକପ୍ରିୟ ଜୁଏଲେରି ବ୍ରାଣ୍ଡ୍‌ କରାଇପାରିଛି। ଏହି ଅଫର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରସ୍ଥିତ ଲାଲଚାନ୍ଦ ଶୋ’ରୁମ୍‌ରେ ଉପଲବ୍ଧ। ବିଶେଷକରି ଆମର ସମସ୍ତ ଶୋ’ରୁମ୍‌ରେ ଗ୍ରାହକମାନେ ଏଚ୍‌ୟୁଆଇଡି ହଲ୍‌ମାର୍କ ଯୁକ୍ତ ସୁନା, ସାର୍ଟିଫାଏଡ୍‌ ହୀରା ଏବଂ ରୁପାର ବିଭିନ୍ନ ଡିଜାଇନ୍‌ ଅଳଙ୍କାର ପାଇପାରିବେ। ଅପରପକ୍ଷରେ ଚଳିତ ବର୍ଷର ମୌସୁମୀ ଆରମ୍ଭ ହୋଇଯାଇଥିବା ବେଳେ ଲାଲଚାନ୍ଦ୍‌ ପକ୍ଷରୁ ‘ସିମ୍ପଲି ବିୟୁଟିଫୁଲ’ କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ଅନେକ ଆକର୍ଷଣୀୟ ଅଫର ସାମିଲ ରହିଛି। ସେହିପରି ବାହୁଡ଼ାଯାତ୍ରା ଉପଲକ୍ଷେ ହଂସ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଛନ୍ତି, ବଜାରରେ ଅନେକ ପ୍ରକାର ଆକର୍ଷଣୀୟ ଅଫର ଦିଆଯାଉଛି। ତେବେ ସେମାନଙ୍କ ଅଫରରେ ଅନେକ ପ୍ରକାର ଲୁକ୍କାୟିତ ସର୍ତ୍ତାବଳୀ ଥିବା ବେଳେ ଲାଲଚାନ୍ଦ୍‌ ସର୍ବଦା ସ୍ବଚ୍ଛ ଏବଂ ବିନା କୌଣସି ସର୍ତ୍ତରେ ଅଫର ପ୍ରଦାନ କରିଥାଏ।

Share