ଦିଲ୍ଲୀରେ ଲାଲ୍‌ଚାନ୍ଦର ଏକ୍ସକ୍ଲୁସିଭ ଷ୍ଟୋର ‘ଆରୋହୀ’

ନୂଆଦିଲ୍ଲୀ,୨୩।୧: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲ୍‌ଚାନ୍ଦ ଜୁଏଲର୍ସର ଆଉ ଏକ ବ୍ରାଣ୍ଡ୍‌ ଆଉଟ୍‌ଲେଟ୍‌ ସୁଦୂର ଦିଲ୍ଲୀରେ ଶୁଭାରମ୍ଭ କରାଯାଇଛି। ଏପରିକି ଶନିବାର ଦିଲ୍ଲୀର ଲାଜପତନଗର ମାକେର୍ଟଠାରେ ଲାଲ୍‌ଚାନ୍ଦ ବ୍ରାଣ୍ଡ୍‌ର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋର ‘ଆରୋହୀ’ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭାରତର ପୂର୍ବତନ ସୂଚନା କମିଶନର ସତ୍ୟାନନ୍ଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଲାଲ୍‌ଚାନ୍ଦ ଗ୍ରୁପ୍‌ର ବହୁ ବରିଷ୍ଠ ଅଧିକାରୀ ତଥା ଆରୋହୀର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଲାଲ୍‌ଚାନ୍ଦ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି, ଓଡ଼ିଶାର ଲୋକପ୍ରିୟ ବ୍ରାଣ୍ଡ୍‌ ବର୍ତ୍ତମାନ ଦିଲ୍ଲୀ ସହରରେ ତା’ର କାୟା ବିସ୍ତାର ସହ ଗ୍ରାହକଙ୍କ ବିଶ୍ୱାସଭାଜନ ଓ ସୁଲଭ ମୂଲ୍ୟରେ ଗୁଣାତ୍ମକ ସାମଗ୍ରୀ ଆରୋହୀ ଗ୍ରାହକଙ୍କୁ ଯୋଗାଇଦେବ।

ସେହିଭଳି ଲାଲ୍‌ଚାନ୍ଦର ସିଇଓ ପଲକ ହଂସ ସେନ୍‌ କହିଥିଲେ, ଦିଲ୍ଲୀବାସୀ ଓ ଦିଲ୍ଲୀକୁ ଆସୁଥିବା ସବୁ ବର୍ଗର ଗ୍ରାହକଙ୍କୁ ଉନ୍ନତ ତଥା ଗୁଣାତ୍ମକ ସାମଗ୍ରୀ ସହ କଳା ସଂସ୍କୃତିର ଡିଜାଇନ ଓ ଗ୍ରାହକ ଚାହିଦାକୁ ଗୁରୁତ୍ୱ ଦିଆଯିବ। ଏପରିକି ଦିଲ୍ଲୀର ଗ୍ରାହକ ଅଳଙ୍କାର ପ୍ରିୟ ହୋଇଥିବାରୁ ସେମାନଙ୍କୁ ସବୁ ପ୍ରକାର ଡିଜାଇନ ଓ ବିଶୁଦ୍ଧ ସୁନାର ଉତ୍ପାଦ ଯୋଗାଇବା ଆମର ପ୍ରଥମ ଦାୟିତ୍ୱ ରହିବ। ବିଶେଷକରି ଯୁବବର୍ଗର ଗ୍ରାହକଙ୍କ ପାଇଁ ହାଲୁକା ଓ ଡିଜାଇନକୁ ବେଶ୍‌ ଗୁରୁତ୍ୱ ଦେବା ସହ ଅତ୍ୟାଧୁନିକ ଡିଜାଇନ ସମ୍ଭାର ଉପଲବ୍ଧ କରାଇବା ଆମର ମୂଳ ଲକ୍ଷ୍ୟ ହେବ ବୋଲି ପଲକ ମତପ୍ରକାଶ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ପଦ୍ମପୁର ତହସିଲଦାରଙ୍କୁ ନିଲମ୍ବନ କଲେ ସରକାର

ବରଗଡ଼,୧୯ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ…

୩ କେନ୍ଦ୍ରରେ ୧୧ ପରୀକ୍ଷାର୍ଥୀ ଅନୁପସ୍ଥିତ

ଗୁଡ଼ାରି,୧୯ା୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ୩ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ମୋଟ୍‌ ୫୩୭…

ରୋମାଣ୍ଟିକ ମୁଡ୍‌ରେ ସୁଇମିଂ ପୁଲ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲ ଫ୍ରେଣ୍ଡକୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୧୯।୨: ICC T20 World Cup 2026 ମଧ୍ୟରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri