ବରିଷ୍ଠ ଚିତ୍ରଶିଳ୍ପୀ ଲଲାଟମୋହନ ପଟ୍ଟନାୟକ ପାଇବେ ଧର୍ମପଦ ପୁରସ୍କାର

ଭୁବନେଶ୍ୱର,୨୭।୫(ବ୍ୟୁରୋ): ବରିଷ୍ଠ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ୨୦୨୧ ମସିହାର ସମ୍ମାନଜନକ ଧର୍ମପଦ ପୁରସ୍କାର ପ୍ରଦାନ କରାଯିବ। ଏନେଇ ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ସୂଚନା ଦିଆଯାଇଛି।

ଏକାଡେମୀ ପକ୍ଷରୁ କୁହାଯାଇଛି, ୨୦୨୧ ମସିହା ପାଇଁ ଚିତ୍ରଶିଳ୍ପୀ ଲଲାଟମୋହନ ପଟ୍ଟନାୟକଙ୍କୁ ଧର୍ମପଦ ପୁରସ୍କାର ପାଇଁ ଚୟନ କରାଯାଇଥିବାବେଳେ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ଜ୍ୟୋର୍ତିମୟୀ ମହାନ୍ତି, ବଳଦେବ ମହାରଥା, ପଂଚାନନ ସୁର, ଦୁର୍ଗାଚରଣ ପଣ୍ଡା ଓ ବରିଷ୍ଠ ଭାସ୍କର୍ଯ୍ୟଶିଳ୍ପୀ ଦେବେନ୍ଦ୍ର ମିଶ୍ରଙ୍କୁ ଚୟନ କରାଯାଇଛି । ଧର୍ମପଦ ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା ଓ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।