ଓଟିଟି ପ୍ଲାର୍ଟଫର୍ମରେ ‘ଲାଲ ସିଂ ଚଢା’

ମୁମାଇ: ବଲିଉଡ ଅଭିନେତା ଆମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢା’ ବର୍ତ୍ତମାନ ଓଟିଟି ପ୍ଲାର୍ଟଫର୍ମରେ ଉପଲବ୍ଧ। ଯେଉଁମାନେ ସିନେମା ହଲ୍‌ରେ ଦେଖିବାକୁ ସୁଯୋଗ ପାଇ ନ ଥିଲେ,ସେମାନେ ସିଧାସଳଖ ନେଟଫ୍ଲିକ୍ସରେ ଦେଖିପାରିବେ। ତିନୋଟି ଭାଷା ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ଫିଲ୍ମଟି ପ୍ରିମିୟର୍‌ ହୋଇଛି। ‘ଲାଲ ସିଂ ଚଢା’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟକୁ ଆସିଥିଲା। ଫିଲ୍ମକୁ ନେଇ ଆମିର ବହୁ ବର୍ଷ ଧରି କଠିନ ପରିଶ୍ରମ କରିଥିଲେ। ହେଲେ ଆଶା ଅନୁଯାୟୀ ଭଲ ଆୟ କରିପାରି ନ ଥିଲା। ରିଲିଜ ପୂର୍ବରୁ କୁହାଯାଉଥିଲା ଫିଲ୍ମ ରିଲିଜ୍‌ ହେବାର ୬ ମାସ ପରେ ଓଟିଟିରେ ରିଲିଜ୍‌ ହେବ। କିନ୍ତୁ ଫିଲ୍ମ ଫ୍ଲପ୍‌ ହେତୁ ୨ମାସ ମଧ୍ୟରେ ଫିଲ୍ମଟି ଓଟିଟିରେ ରିଲିଜ୍‌ ହୋଇଛି।

Share