ମୃତକ ଲଢୁଛନ୍ତି ନିର୍ବାଚନ

ଆଜମଗଡ଼,୧୪ ।୨: ବର୍ଷ ବର୍ଷ ଧରି ରାଜସ୍ୱ ରେକର୍ଡରେ ମୃତ ଘୋଷିତ ହୋଇଥିବା ଲାଲ ବିହାରୀ ଏବେ ଆଜମଗଡ଼ ଜିଲାର ମୁବାରକପୁର ଆସନରୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢୁଛନ୍ତି । ସେ ଏହା ପ୍ରମାଣିତ କରିବାକୁ ଚାହୁଁଛନ୍ତି କି ସେ ମୃତ ନୁହେଁ ଜୀବିତ । ଅତିତରେ ସେ ଅସଫଳ ନିର୍ବାଚନ ଲଢି ସାରିଛନ୍ତି । ଲାଲ ବିହାରି ମୃତକ, ମୃତକ ସଂଘର ସଂସ୍ଥାପକ, ଯାହାର ଦେଶରେ ହଜାର ସଦସ୍ୟ ରହିଛନ୍ତି । ସେ ସେହିମାନଙ୍କ ପାଇଁ ଲଢୁଛନ୍ତି ଯେଉଁମାନଙ୍କୁ ରାଜସ୍ୱ ରେକର୍ଡରେ ମୃତ ଘୋଷିତ କରାଯାଇଛି । ସେ ଯେତେବେଳେ ୨୧ ବର୍ଷର ଥିଲେ ସେତେବେଳେ ୧୯୭୬ରେ ତାଙ୍କୁ ରାଜସ୍ୱ ରେକର୍ଡରେ ମୃତ ଘୋଷଣା କରାଯାଇଛି ।

Share