Categories: ଜାତୀୟ

ଲକ୍ଷ୍ମଣ ରେଖାକୁ ପାର କରାଯାଇ ପାରିବ ନାହିଁ, କହିଲେ ଆଇନ ମନ୍ତ୍ରୀ…

ନୂଆଦିଲ୍ଲୀ, ୧୧।୫ : ବୁଧବାର ଦିନ ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନର ମାମଲାର ଶୁଣାଣି ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ସରକାର ଏହାକୁ ସମୀକ୍ଷା କରିବେ ଏବଂ ଜେଲରେ ଥିବା ବ୍ୟକ୍ତିମାନେ ଜାମିନ ମାଗି କୋର୍ଟଙ୍କ ନିକଟକୁ ଯାଇପାରିବେ ବୋଲି ବିବାଦୀୟ କହି ଶୀର୍ଷକୋର୍ଟ ଦେଶଦ୍ରୋହ ଆଇନ ଉପରେ ରୋକ ଲଗାଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତିି ପରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ସେ କୋର୍ଟ ଏବଂ ଏହାର ସ୍ବାଧୀନତାକୁ ସେ ସମ୍ମାନ କରନ୍ତି, କିନ୍ତୁ ସେଠାରେ ଏକ ଲକ୍ଷ୍ମଣ ରେଖା ଅଛି ଯାହାକୁ ପାର କରାଯାଇପାରିବ ନାହିଁ।

ସେ କହିଛନ୍ତି ଯେ ଆମେ ଆମର ଆଭିମୁଖ୍ୟକୁ ବହୁତ ସ୍ପଷ୍ଟ କରିଛୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉଦ୍ଦେଶ୍ୟ ବିଷୟରେ କୋର୍ଟଙ୍କୁ ଜଣାଇଛୁ। ଆମେ କୋର୍ଟ ଏବଂ ଏହାର ସ୍ବାଧୀନତାକୁ ସମ୍ମାନ ଦେଉଛୁ। କିନ୍ତୁ ସେଠାରେ ଏକ ଲକ୍ଷ୍ମଣ ରେଖା ଅଛି ଯାହା ସମସ୍ତଙ୍କ ଦ୍ୱାରା ସମ୍ମାନୀୟ ହେବା ଉଚିତ୍‌।

ଏହା ସହିତ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ଭାରତୀୟ ସମ୍ବିଧାନର ବ୍ୟବସ୍ଥା ତଥା ବିଦ୍ୟମାନ ଆଇନକୁ ଆମେ ସମ୍ମାନ ଦେଉଛୁ।

ଏହାର ଶୁଣାଣିରେ ଶୀର୍ଷ ଅଦାଲତ କହିଛନ୍ତି ଯେ ଯେଉଁମାନେ ଏହି ଆଇନର ଧାରା ୧୨୪-ଏ ଅନୁଯାୟୀ ଜେଲରେ ଅଛନ୍ତି, ସେମାନେ ଜାମିନ ପାଇଁ କୋର୍ଟକୁ ଯିବା ଉଚିତ। ଏହାପୂର୍ବରୁ ସୋଲିସିଟର ଜେନେରାଲ କହିଥିଲେ ଯେ ସରକାର ଦେଶଦ୍ରୋହ ବ୍ୟବସ୍ଥାରେ ଅପରାଧ ପଞ୍ଜିକରଣରୁ ପୋଲିସକୁ ଅଟକାଇ ପାରିବେ ନାହିଁ, କିନ୍ତୁ ଜଣେ ଦକ୍ଷ ଅଧିକାରୀଙ୍କ ସୁପାରିଶ ପରେ ୧୨୪-ଏ ମାମଲା ପଞ୍ଜିକୃତ ହେବା ଆବଶ୍ୟକ, ଏବଂ ଏହା କରାଯାଇପାରିବ। ବିଚାରାଧୀନ ଦେଶଦ୍ରୋହ ମାମଲାର ସମୀକ୍ଷା କରାଯାଇପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ୧୨୪-ଏ ଅନ୍ତର୍ଗତ ପଞ୍ଜୀକୃତ ହୋଇଥିବା ମାମଲାରେ ଜାମିନକୁ ଶୀଘ୍ର ବିଚାର କରାଯିବା ଉପରେ ଶୀର୍ଷ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।

Share