Categories: ଜାତୀୟ

ଲାକ୍ଷାଦ୍ୱୀପ ଏମ୍‌ପିଙ୍କୁ ୧୦ ବର୍ଷ ଜେଲ

କାଭାରାଟ୍ଟି,୧୨।୧: ହତ୍ୟା ଉଦ୍ୟମ ମାମଲାରେ ଲାକ୍ଷାଦ୍ୱୀପ ଏମ୍‌ପି ମହମ୍ମଦ ଫୈଜଲ ଓ ଅନ୍ୟ ୪ ଜଣଙ୍କୁ ୧୦ ବର୍ଷ ଲେଖାଏ ଜେଲଦଣ୍ଡ ହୋଇଛି। ବୁଧବାର କାଭାରାଟ୍ଟି ଜିଲା ଓ ସେସନ୍ସ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏଥିସହିତ ସେମାନଙ୍କ ଉପରେ ଲକ୍ଷେ ଟଙ୍କା ଲେଖାଏ ଜରିମାନା ଲଗାଯାଇଛି।

୨୦୦୯ ସାଧାରଣ ନିର୍ବାଚନ ସମୟରେ ରାଜନୈତିକ ପ୍ରସଙ୍ଗକୁ ନେଇ ଏମ୍‌ପି ଫୈଜଲ ଓ ଅନ୍ୟମାନେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଏମ୍‌. ସୟିଦଙ୍କ ଜ୍ୱାଇଁ ପଦନାଥ ସାଲିହଙ୍କୁ ଆକ୍ରମଣ କରିଥିଲେ। ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା ବୋଲି ଫୈଜଲ କହିବା ସହ ଏହା ବିରୋଧରେ ସେ ଉଚ୍ଚତର ନ୍ୟାୟାଳୟରେ ଆବେଦନ କରିବେ ବୋଲି କହିଛନ୍ତି।

Share