ବିକାଶ ନାମରେ ଲକ୍ଷେ ବୃକ୍ଷ ବଳି

ଅନୁଗୋଳ, ୧ା୭(ଅମିତ କୁମାର ସାମଲ): ୨୦୧୭ରୁ ୨୦୨୩ ମଧ୍ୟରେ ଅନୁଗୋଳ ଜିଲାର ଶତାଧିତ୍କ ହେକ୍ଟର ଜଙ୍ଗଲ ଜମିରୁ ହୋଇଛି ବ୍ୟାପକ ବୃକ୍ଷ ଛେଦନ। ତାଳଚେର-ବିମଳାଗଡ଼ ଓ ଅନ୍ୟ ରେଳପଥ ପାଇଁ କଟାଯାଇଛି ୭ ହଜାର ୯୩୫ ଗଛ। ଜାତୀୟ ଓ ରାଜ୍ୟ ରାଜପଥ ନିମନ୍ତେ ୧୯ ହଜାର ୧୮୫ ବୃକ୍ଷ କାଟ ହୋଇଥିବା ବେଳେ ଗେଲ୍‌ ଇଣ୍ଡିଆର ଗ୍ୟାସ୍‌ ପାଇପ୍‌ ଲାଇନ୍‌ ପାଇଁ ୩ ହଜାର ୪୮୯, ନାଲ୍‌କୋ କୋଲ୍‌ ମାଇନିଂ ପାଇଁ ୫ ହଜାର ୭୩୦, ଏମ୍‌ସିଏଲ୍‌ର ଜଗନ୍ନାଥ ଖଣି ପାଇଁ ୧୮ ହଜାର ୨୨୧, ହିଙ୍ଗୁଳା ଓସିପି ପାଇଁ ୩୬ ହଜାର ୭୩୮ ଗଛ କଟାଯାଇଛି। ସେହିପରି ତାଳଚେରରେ ନିର୍ମାଣ ଚାଲିଥିବା ତାଳଚେର ଫର୍ଟିଲାଇଜର ଲିମିଟେଡ୍‌ (ଟିଏଫ୍‌ଏଲ୍‌) ପାଇଁ ୧୦ ହଜାର ୫୦୦, ଏନ୍‌ଟିପିସି/ଟିଟିପିଏସ୍‌ ପାଇଁ ୧୩ ହଜାର ୧୩୨ ବୃକ୍ଷ ଉଚ୍ଛେଦ ହୋଇଛି। ଏଥିସହ ଅନ୍ୟାନ୍ୟ କାରଣ ପାଇଁ ଅବଶିଷ୍ଟ ଗଛ କଟାଯାଇଥିବା ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେଶନ ଲିମିଟେଡ୍‌ (ଓଏଫ୍‌ଡିସିଏଲ୍‌) ପକ୍ଷରୁ କୁହାଯାଇଛି।
ଏ ନେଇ ଓଏଫ୍‌ଡିସିଏଲ୍‌ ଖଣ୍ଡୀୟ ପରିଚାଳକ ପ୍ରଦୀପ କୁମାର ଧଳ କହିଛନ୍ତି, ଶିଳ୍ପ, ଖଣି ଓ ରେଳପଥ ଆଦିର ବିକାଶ କାର୍ଯ୍ୟ ପାଇଁ ଅନୁଗୋଳ ଜିଲାରେ ଗତ ୬ ବର୍ଷ ମଧ୍ୟରେ କଟାଯାଇଥିବା ଗଛ ତୁଳନାରେ ଯଥେଷ୍ଟ ଅଧିକ ପରିମାଣରେ ଚାରା ରୋପଣ କରାଯାଉଛି। ଗ୍ରାମ୍ୟ ଜଙ୍ଗଲ, ପତ୍ରା ଜଙ୍ଗଲ, ଜଙ୍ଗଲ-୨ କିସମ ଅଞ୍ଚଳରେ ଏହି ଚାରା ଲଗାଯାଉଛି। କିନ୍ତୁ ରାଜସ୍ବ ବିଭାଗ ପକ୍ଷରୁ ଜାଗା ନ ମିଳିବାରୁ ୨୦୨୨-୨୩ ବର୍ଷରେ ଆଦୌ ଚାରା ରୋପଣ ହୋଇପାରି ନାହିଁ। ଆବଶ୍ୟକ ପଡ଼ୁଥିବା ଜାଗା ଅଭାବ ଦୂର କରିବାକୁ ପ୍ରତ୍ୟେକ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଲ୍ୟାଣ୍ଡ ବ୍ୟାଙ୍କ ପ୍ରସ୍ତୁତ କରି ଓଏଫ୍‌ଡିସିଏଲ୍‌କୁ ପ୍ରଦାନ ନିମନ୍ତେ ପରାମର୍ଶ ଦିଆଯାଇଥିବା ଓଏଫ୍‌ଡିସିଏଲ୍‌ ଖଣ୍ଡୀୟ ପରିଚାଳକ ଧଳ ପ୍ରକାଶ କରିଛନ୍ତି। ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଖଣି ଅଞ୍ଚଳ ହୋଇଥିବାରୁ ଚାରା ରୋପଣ ପାଇଁ ଆବଶ୍ୟକ ଜାଗାର ଅଭାବ ରହୁଛି। ରାଜସ୍ବ ବିଭାଗକୁ ହଠାତ୍‌ ବିଭିନ୍ନ ସମୟରେ ଜାଗା ଆବଶ୍ୟକ ପଡ଼ୁଛି। ତଥାପି ଯେଉଁଠାରେ ସମ୍ଭବ ହେଉଛି, ସେଠାରେ ନୂଆ ଚାରା ରୋପଣ ନିମନ୍ତେ ଜାଗା ପ୍ରଦାନ କରାଯାଉଛି।
ପରିବେଶବିତ୍‌ ପ୍ରସନ୍ନ ବେହେରା କହିଛନ୍ତି, ଅନୁଗୋଳ ଜିଲାରେ ଆଖିବୁଜା ଜଙ୍ଗଲ ଧ୍ବଂସ କରାଯାଉଛି। ଏପରିକି ସରକାରୀ ରେକର୍ଡ ବାହାରେ ମଧ୍ୟ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ଗଛ କଟାଯାଉଛି। କିନ୍ତୁ ନୂଆ ଜଙ୍ଗଲ ସୃଷ୍ଟି ପାଇଁ ବନୀକରଣ ସେହି ତୁଳନାରେ ହେଉନାହିଁ। କେବଳ ସରକାରୀ ରେକର୍ଡ ଓ କାଗଜ କଲମରେ ଏହା ଦେଖାଯାଉଛି। ପରିବେଶବିତ୍‌ ଅଶୋକ ଶତପଥୀ କହିଛନ୍ତି, ବୃହତ୍‌ ତଥା ପୁରୁଣା ଗଛଗୁଡ଼ିକୁ କାଟିବା ଦ୍ୱାରା ପରିବେଶ ଉପରେ ବିଶେଷ ପ୍ରଭାବ ପଡ଼ୁଛି। ଜିଲାରେ ପ୍ରଦୂଷଣର ମାତ୍ରା ବଢ଼ି ବଢ଼ି ଚାଲିଛି। ନୂତନ ଚାରା ରୋପଣର ପ୍ରକୃତ ସ୍ଥିତି ନେଇ ଅନେକ ସନ୍ଦେହ ରହିଛି। ପୁରାତନ ଗଛଗୁଡ଼ିକୁ ନ କାଟି ବୈଷୟିକ ଜ୍ଞାନକୌଶଳର ସହାୟତା ନିଆଯାଇ ସ୍ଥାନାନ୍ତର କରାଗଲେ ପରିବେଶକୁ କମ୍‌ କ୍ଷତି ପହଞ୍ଚିପାରନ୍ତା। ପରିବେଶବିତ୍‌ ସ୍ବପ୍ନା ଷଡ଼ଙ୍ଗୀ କହିଛନ୍ତି, ପ୍ରକୃତି ବିନା କୌଣସି ଅର୍ଥନୈତିକ ଅଗ୍ରଗତି ସମ୍ଭବ ନୁହେଁ। କିନ୍ତୁ କେବଳ ଅର୍ଥନୈତିକ ଅଭିବୃଦ୍ଧିକୁ ଧ୍ୟାନରେ ରଖି ଏପରି ଭାବେ ଜଙ୍ଗଲ ଧ୍ୱଂସ ବର୍ତ୍ତମାନର ପିଢ଼ି ନୁହେଁ, ଭବିଷ୍ୟତର ପିଢ଼ିକୁ ମଧ୍ୟ ପ୍ରଭାବିତ କରିବ। ଏହି ପ୍ରାକୃତିକ ସମ୍ବଳ ପୂର୍ବ ପୁରୁଷମାନଙ୍କ ଠାରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥିବା ସମସ୍ତେ ଭୁଲି ଯାଉଛନ୍ତି। ସେଥିପାଇଁ ଖଣି ଖାଦାନ, କଳକାରଖାନା, ରାସ୍ତା ନିମନ୍ତେ ଅନେକ ଲକ୍ଷ ବୃକ୍ଷକୁ ବଳି ପକାଯାଉଛି। ପ୍ରାକୃତିକ ଜଙ୍ଗଲ କାଟି ପଦା କରିବା ଦ୍ୱାରା ଏମିତି ବିପର୍ଯ୍ୟୟକୁ ଡାକି ଆଣିବା, ଯାହାର ପ୍ରତିକାର କରିବା ସମ୍ଭବ ହେବନାହିଁ। ବିକାଶ ନାମରେ ହେଉଥିବା ଏହି ବିନାଶକାରୀ କାର୍ଯ୍ୟକୁ ଅବିଳମ୍ବେ ବନ୍ଦ କରଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri