ସ୍କାଏ ଲାଇଟ୍‌ ତାଡ଼ି ଲକ୍ଷାଧିକ ଟଙ୍କା,ସୁନା-ରୂପା ଲୁଟ: ଥାନାରେ ଅଭିଯୋଗ

ମହାକାଳପଡ଼ା,୮।୪(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଅଧିନସ୍ଥ ସୁନିତି ପଞ୍ଚାୟତର ସୁଗଲ ଦତ୍ତପୂର ଗ୍ରାମରେ ଲୁଟ୍‌ ହୋଇଛି। ବୁଧବାର ବିଳମ୍ବିତ ରାତ୍ରିିରେ କେହି ଦୁର୍ବୃତ୍ତ ଉକ୍ତ ଗାଁର ନିରଞ୍ଜନ ପାତ୍ରଙ୍କ ସ୍କାଏ ଲାଇଟ ତାଡ଼ି ଘର ଭିତରକୁ ପ୍ରବେଶ କରି ଲୁଟ୍‌ କରିଥିଲେ। ଲୁଟେରାମାନେ ପୁରୁଣା ସିନ୍ଦୁକ ତାଡ଼ି ୬ଲକ୍ଷ ୨୫ହଜାର ନଗଦ ଟଙ୍କା ଓ ସୁନା ଶହେ ଗ୍ରାମ ଓ ଦୁଇ ଶହ ଗ୍ରାମ ରୂପା ଆଦି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଏନେଇ ନିକଟ ତନ୍ତିଆପାଳ ସାମୁଦ୍ରିକ ଥାନାରେ ନିରଞ୍ଜନ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସ୍ବାଇଁଙ୍କ ସମେତ ଏକ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିରେ ସନ୍ଧାନୀ କୁକୁରକୁ ମଧ୍ୟ ନିୟୋଜିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ନିରଞ୍ଜନ ଜମି କିଣିବା ପାଇଁ ଏହି ଟଙ୍କା ରଖିଥିଲେ। ତେବେ କେହି ଜଣାଶୁଣା ଏହି ଲୁଟ୍‌ କରିଥାଇପାରନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।