ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି ନିଜ ସ୍ତ୍ରୀ ନାମରେ ପ୍ରିୟଦର୍ଶନୀ ପରିଡ଼ା (ଅଂଶୁମାନ ଟ୍ରେଡସ) ଜିଏସଟି ବିଲ କରି ହେରାଫେରି କରୁଥିବା ଜଣାପଡ଼ିଛି। ସରକାରୀ ଇମାର୍କେଟରୁ ଜିନିଷ ନ କିଣି ଅନଲାଇନ ଓ ବାହାରୁ କିଣୁଥିବା ଅଭିଯୋଗ ରହିଛି।
ଏମଆର୍ପିରୁ ଅଧିକ ବିଲ କରୁଥିବା ଅଭିଯୋଗ ହୋଇଛି। ନିଜ ସରକାରୀ ବାସଭବନରେ ଲାଇନ ସଂଯୋଗ ନ କରି ପ୍ରିନ୍ସପାଲ ହଷ୍ଟେଲରୁ ଲାଇନ ଆଣିଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ଖାଅ କି ନ ଖାଅ ହଷ୍ଟେଲ ପିଲା ମାସକୁ ଦେବେ ୧୮ଶହ ହଷ୍ଟେଲବାସୀଙ୍କ ପାଇଁ ଏମିତି ନିୟମ ରହିଛି।
ଅଭିଯୋଗ ମୁତାବକ, ହଷ୍ଟେଲରୁ ଯେଉଁ ଛାତ୍ରୀଛାତ୍ର କୌଣସିରେ ଛୁଟିରେ ଯାଆନ୍ତି ସେମାନେ ୧୮ ଶହରୁ କାଟି ଦେବା କଥା। କିନ୍ତୁ ରୁହ କି ନାହିଁ କୌଣସି କଥା ନାହିଁ। ପୁରା ଟଙ୍କା ଦେବାପାଇଁ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ପ୍ରିନ୍ସିପାଲ ସାର୍ ବାଧ୍ୟ କରୁଥିବା ହଷ୍ଟେଲବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରିନ୍ସିପାଲ ରତିକାନ୍ତ ପରିଡ଼ାଙ୍କୁ ପଚାରିବାରୁ ପୂର୍ବରୁ ଥିବା ପ୍ରିନ୍ସିପାଲ ହଷ୍ଟେଲରୁ ଲାଇନ ଆଣିଥିଲେ। ମୁଁ ନୂତନ ଲାଇନ ସଂଯୋଗ ପାଇଁ ଆପ୍ଲାଏ କରିଛି। ହଷ୍ଟେଲରୁ ଟଙ୍କା ଖାଇବା ମିଛ, ଯିଏ ଯେତିକି ଦିନ ରହିବ ସେତିକି ଟଙ୍କା ଦେବ। ସ୍ତ୍ରୀ ନାମରେ ନୂଆ ଭାବରେ ଜିଏସଟି କରାଯାଇଛି। ତାଙ୍କର ବିଜନେସ ଚାଲିଛି। କିଛି ଜରୁରୀ ଜିନିଷ ଦରକାର ହେଲେ ନିଜେ କିଣି ଥାଏ। ଜିଏସଟି ବିଲ ପାଇଁ ହଇରାଣ ନ ହେବା ପାଇଁ ସ୍ତ୍ରୀଙ୍କ ଜିଏସଟି ବିଲ ବ୍ୟବହାର କରିଥାଏ ବୋଲି କହିଛନ୍ତି। ଏଠି କଥା ଉଠୁଛି ମନ୍ଦିର ଭିତରେ କିଏ ମୁଁ କଦଳୀ ଖାଇ ନାହିଁ, ପ୍ରଥମ କଥା ହେଲା ନିଜ ସ୍ତ୍ରୀ ନାମରେ ଜିଏସଟି ବିଲ ବ୍ୟବହାର ହେବା, କୌଣସି ଟେଣ୍ଡର ନ ହେଇ ନିଜେ ସବୁ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ଏପରି ଜଣେ ଅନୁଷ୍ଠାନର ମୁଖ୍ୟ ହେଇ ଏମିତି କାମ କରୁଛନ୍ତି। ତେଣୁ ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଭିଜିଲାନ୍ସ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।
Dharitri – Odisha’s No.1 Odia Daily

