ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା’ଉଗ୍ରତାରା: ଲକ୍ଷାଧିକ ଭକ୍ତଙ୍କ ସମାଗମ

ଖୋର୍ଦ୍ଧା,୧।୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ପ୍ରମୁଖ ଶକ୍ତିପୀଠ ମା’ଉଗ୍ରତାରା ପୀଠରେ ବିଜୟା ଦଶମୀ ଆଡମ୍ବରରେ ଉଦ୍‌ଯାପିତ ହୋଇଛି। ବିଜୟା ଦଶମୀରେ ରାଜରାଜେଶରୀ ବେଶରେ ଦର୍ଶନ ଦେଇଥିଲେ ମା’ଉଗ୍ରତାରା । ମା’ଙ୍କ ଦର୍ଶନ ଲାଗି।
ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା।

ପୂଜକ ଯୁଧୁଷ୍ଠୀର ସାମନ୍ତରାୟ କୁହନ୍ତି, ମୂଳାଷ୍ଟମୀଠାରୁ ସହସ୍ରକୁମ୍ଭ ବରଣ ହୋଇ ପୀଠରେ କଳସ ସ୍ଥାପନ ହୋଇ ଷୋଡ଼ଶ ପୂଜାରୁ ଶାରଦୀୟ ପୂଜାରମ୍ଭ ହୋଇଥିଲା। ସପ୍ତମୀ, ଅଷ୍ଟମୀ ଓ ମହମହାନବମୀରେ ରାତ୍ର ମହାପୂଜା କରାଯାଇଛି। ସପ୍ତମୀ ପୂଜା ରାତ୍ରରେ ହରିପୁରସ୍ଥିତ ମା’ ବଘେଇଙ୍କ କଳସ ଏବଂ କାଶୀପୁର ସ୍ଥିତ ମା’ଭୈରବୀଙ୍କ ଆଜ୍ଞାମାଳ ଆସି ପୀଠରେ ସ୍ଥାପନ ହେବା ପରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ।

ମହାଷ୍ଟମୀରେ ମା’ଙ୍କ ସନ୍ଧିପୂଜା ସହିତ ସହିତ ପାଇକ ସେବାତୟମାନଙ୍କୁ ସମ୍ମାନିତ କରାଯାଏ। ମହାନବମୀରେ ଶାନ୍ତିପୂଜା ଏବଂ ବିଜୟା ଦଶମୀରେ ମା’ଙ୍କ ବର୍ଦ୍ଧନୀ କଳସ ପାଇକ ସେବାୟତମାନଙ୍କ ଦ୍ବାରା ନିକଟ ପାଇକପଦାକୁ ଶୋଭାଯାତ୍ରାକୁ ଯାଇଥାଏ। ପାଇକପଦାଠାରେ ମା’ଙ୍କ ହୋମ ପୂଜାପାଠ ସହ କଳସ ବିସର୍ଜନ କରାଯାଏ ।

ମା’ଙ୍କ ବିଜେସ୍ଥଳୀ ହେଉଛି ମୂଳିଝରଗଡ଼। ଯାହାକି ଖୋର୍ଦ୍ଧାର ବିଭିନ୍ନ ଗଡ଼ ମଧ୍ୟରୁ ଅନ୍ୟତମ। ପାଇକ ବିଦ୍ରୋହ ସମୟରେ ଗଡ଼ର ବିଶେଷ ବର୍ଣ୍ଣନା ରହିଛି। ଏହି ସ୍ମୃତିରେ ପରମ୍ପରାକୁ ବଜାୟ ରଖି ପାଇକ ଆଖଡ଼ା କଳା ପ୍ରଦର୍ଶନ କରାଯାଇଥାଏ। ୧୬ ଦିନରେ ମା’ଙ୍କ ୧୬ବେଶ କରାଯାଏ। ଗଜପତି କପିଳେନ୍ଦ୍ରଦେବ ମା’ଙ୍କ ପୂଜାର୍ଚ୍ଚନା ପାଇଁ କୁସମୀ ଶାସନରେ ୧୬ଜଣ ବ୍ରାହ୍ମଣଙ୍କୁ ଆଣି ଅବସ୍ଥାପିତ କରିଥିଲେ। ପରମ୍ପରା ଅନୁସାରେ ପୂର୍ବରୁ ପ୍ରତ୍ୟେକ ପରିବାର ମା’ଙ୍କ ପୀଠରେ ଚଣ୍ଡୀପାଠ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ମାଆ ବଞ୍ଚି ଥାଉ ଥାଉ ଜାଲ ମୃତ୍ୟୁ ପ୍ରମାଣପତ୍ର ବାହାର କରି ସବୁ ହଡ଼ପ କଲେ ପୁଅ, ଏମିତି ଖୋଲିଲା ରାଜ୍‌

କୋଲକାତା,୧୪।୧୨: ପଶ୍ଚିମବଙ୍ଗର ହାଓଡ଼ାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁଅ ତାଙ୍କ ଜୀବିତ ମାଆଙ୍କ ନାମରେ ମୃତ୍ୟୁ ପ୍ରମାଣପତ୍ର ଜାଲ କରି ବ୍ୟାଙ୍କରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri