Categories: ଜାତୀୟ

ଦ୍ୱିତୀୟ ଚାର୍ଜଶିଟ୍‌ରେ ଚାଷୀଙ୍କୁ ଅଭିଯୁକ୍ତ କଲା ଏସ୍‌ଆଇଟି

ନୂଆଦିଲ୍ଲୀ,୨୨।୧: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ ହୋଇଛି। ପୂର୍ବରୁ ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ସ୍ବରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଏବଂ ଅନ୍ୟମାନଙ୍କ ନାମ ରହିଥିଲା। ଗାଡ଼ି ମଡ଼ାଇ ୪ ଚାଷୀ ଓ ଜଣେ ଖବରଦାତାଙ୍କୁ ମାରିବା ନେଇ ସେମାନଙ୍କୁ ଅଭିଯୁକ୍ତ କରାଯାଇଥିଲା। ଦ୍ୱିତୀୟ ଚାର୍ଜଶିଟ୍‌ରେ ଦୁଇଜଣ ଭାଜପା କର୍ମୀ ଓ ଜଣେ ଡ୍ରାଇଭରଙ୍କୁ ପିଟି ମାରିବା ଅଭିଯୋଗରେ କିଛି ଚାଷୀଙ୍କୁ ଅଭିଯୁକ୍ତ କରାଯାଇଛି। ମାମଲାର ତଦନ୍ତ ବେଳେ ୭ ଚାଷୀଙ୍କୁ ଗିରଫ କରାଯାଇଥିଲା।

ସ୍ଥାନୀୟ ଭାଜପା କର୍ମୀ ସୁମିତ୍‌ ଜୟସ୍ବାଲଙ୍କ ଅଭିଯୋଗକ୍ରମେ ପୋଲିସ କେତେଜଣ ଚାଷୀଙ୍କ ବିରୋଧରେ ଦ୍ୱିତୀୟ ମାମଲା ଦାଏର କରିଥିଲା। ସେମାନେ ହିଂସାକୁ ଉସୁକାଇଥିବା ଅଭିଯୋଗ ହୋଇଥିଲା। ଏସ୍‌ୟୁଭି ମଡ଼ାଇ ୪ ଚାଷୀଙ୍କୁ ହତ୍ୟା କରିବା ଅଭିଯୋଗରେ ଆଶିଷ ମିଶ୍ରାଙ୍କ ସମେତ ୧୩ ଜଣଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ପୂର୍ବରୁ ସ୍ଥାନୀୟ ଅଦାଲତରେ ୫,୦୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିଲା ଯେଉଁଥିରେ ୧୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା।

Share