Categories: ଜାତୀୟ

ଲମ୍ବା ଜେରା ପରେ ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୯।୧୦: ଲଖିମପୁର ଖେରି ହିଂସା ଘଟଣାରେ ଶନିବାର ସନ୍ଧ୍ୟାରେ ଜୁନିୟର ସ୍ବରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଛି। ଗିରଫ ପୂର୍ବରୁ ତାଙ୍କୁ ୮ ଘଣ୍ଟା ଧରି ପଚରାଉଚୁରା କରିଥିଲା ଡିଆଇଜି ଉପେନ୍ଦ୍ର ଅଗ୍ରଓ୍ବାଲଙ୍କ ନେତୃତ୍ୱାଧୀନ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି)।

ତେବେ ଏ ନେଇ ଜିଲା ପୋଲିସ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ। କିନ୍ତୁ ଆଶା କରାଯାଉଛି, ଗିରଫ ହୋଇଥିବା ଅଭିଯୁକ୍ତ ଆଶିଷଙ୍କୁ କିଛି ସମୟ ମଧ୍ୟରେ କୋର୍ଟରେ ହାଜର କରାଯିବ।

 

Share