Categories: ଜାତୀୟ

ନୋଟିସ ମିଳିବା ସତ୍ତ୍ୱେ କ୍ରାଇମ୍‌ବ୍ରାଞ୍ଚ ନିକଟରେ ହାଜର ହେଲେ ନାହିଁ ଆଶିଷ

ନୂଆଦିଲ୍ଲୀ,୮।୧୦: ଲଖିମ୍‌ପୁର ଖେରି ଘଟଣାକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। କ୍ରାଇମ ବ୍ରାଞ୍ଚ ଦଳ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଛଦ୍ମନାମ ମୋନୁଙ୍କୁ ଶୁକ୍ରବାର ସକାଳ ୧୦ ଟାରେ ପଚରାଉଚରା ପାଇଁ ଡାକିଥିଲେ। କ୍ରାଇମବ୍ରାଞ୍ଚ୍‌ ଆଶିଷଙ୍କ ଘରେ ନୋଟିସ ଦେଇ ଆଜି ସକାଳ ୧୦ଟାରେ ହାଜିର ହେବାକୁ କହିଥିଲେ। କିନ୍ତୁ ସେ ଏପର୍ଯ୍ୟନ୍ତ ହାଜର ହୋଇନାହାଁନ୍ତି। ଲଖିମପୁର ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଆଶିଷ। ସେ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ।
ସୂଚନାଯୋଗ୍ୟ, ଲଖିମ୍‌ପୁର ଖେରିରେ ରବିବାର ଚାଷୀମାନେ ବିକ୍ଷୋଭ କରୁଥିବାବେଳେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ସମେତ ୩ଟି ଏସୟୁଭି ଚାଷୀଙ୍କ ଉପରେ ମାଡିଯିବା ଏବଂ ତତ୍‌ପରବର୍ତ୍ତୀ ହିଂସାକାଣ୍ଡରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଆଶିଷଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

Share