Categories: ଜାତୀୟ

୧୪ ଦିନିଆ ନ୍ୟାୟିକ ହେପାଜତେରେ ଜୁବୈର

ଲକ୍ଷ୍ନୌ,୧୧।୭: ଅଲ୍ଟ ଡିଜିଟାଲ ନ୍ୟୁଜ୍‌ ସହସସ୍ଥାପକ ମହମ୍ମଦ ଜୁବୈରଙ୍କୁ ସୋମବାର ଉତ୍ତରପ୍ରଦେଶ ଲଖିମପୁରଖେରି କୋର୍ଟ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଜୁଲାଇ ୨୫ପର୍ଯ୍ୟନ୍ତ ସେ ନ୍ୟାୟିକ ହେପାଜତରେ ରହିବେ। ତେବେ ଏ ସଂକ୍ରାନ୍ତରେ ଆଗାମୀ ଶୁଣାଣି ଜୁଲାଇ ୧୩ରେ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ସାମ୍ପ୍ରଦାୟିକ ଶତ୍ରୁତା ବଢ଼ାଇବାକୁ ପ୍ରୟାସ କରୁଥିବା ଏବଂ ଆପତ୍ତିଜନକ ଟୁଇଟ କରି ବିବାଦକୁ ଆସିଥିବା ଜୁବୈରଙ୍କ ବିରୋଧରେ ଗତବର୍ଷ ଏକ ମାମଲା ରୁଜୁ ହୋଇଥିଲା। ତେବେ ଜେଲ୍‌ରେ ବନ୍ଦ ଥିବା ଜୁବୈର ସୋମବାର ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ଏହି ଶୁଣାଣିରେ ଯୋଗ ଦେଇଥିଲେ।

 

Share