Categories: ଜାତୀୟ

ଲଖିମପୁର ମାମଲା, ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲ-ପ୍ରିୟଙ୍କା…

ନୂଆଦିଲ୍ଲୀ,୧୩।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଗୁଲାମନବୀ ଆଜାଦ୍‌, ମଲ୍ଲକାର୍ଜୁନ ଖର୍ଗେ, ଏ.କେ.ଆଣ୍ଟୋନୀ ପ୍ରମୁଖ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ପଦରୁ ହଟାଇବା ଦାବି କରିଛନ୍ତି।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ କହିଛନ୍ତି ଯେ, ଲଖିମପୁର ଅପରାଧୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ ପାଇଁ କଂଗ୍ରେସ ପ୍ରତିନିଧି ଦଳ ଦାବି କରିଛନ୍ତି। ସେହିପରି ପ୍ରିୟଙ୍କା କହିଛନ୍ତି ଯେ, ରାଷ୍ଟ୍ରପତି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନେଇ ଆଶ୍ୱାସନା ଦେଇଛନ୍ତି।

Share