Categories: ଜାତୀୟ

ଲଖିମପୁର କାଣ୍ଡ, ୫୦୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ, ମୁଖ୍ୟ ଅଭିଯୁକ୍ତ ମନ୍ତ୍ରୀଙ୍କୁ ପୁଅ…

ନୂଆଦିଲ୍ଲୀ, ୩।୧ : ଲଖିମପୁର ଖେରି କାଣ୍ଡ ନେଇ ଏସ୍‌ଆଇଟି ପକ୍ଷରୁ ୫୦୦୦ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଚାର୍ଜସିଟ୍‌ରେ ମୁଖ୍ୟ ଅଭିଯୁକ୍ତ ଭାବେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନାମ ଉଲ୍ଲେଖ କରାଯାଇଛି।

ଏସ୍‌ଆଇଟି ପକ୍ଷରୁ ସିଜେଏମ୍‌ଙ୍କ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଆଶିଷଙ୍କ ସମେତ ୧୬ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

୪ ଚାଷୀଙ୍କୁ ଜିପ୍‌ ମଡ଼ାଇ ମାରିବା ସହିତ ଫାୟାରିଂ କରିବା ଅଭିଯୋଗ ଆଶିଷ ଏବଂ ତାଙ୍କ ସାଥିମାନଙ୍କ ବିରୋଧରେ ଅଣାଯାଇଛି। ସମ୍ପ୍ରତି ଆଶିଷଙ୍କ ସମେତ ତାଙ୍କର ଅନ୍ୟ ସାଥିମାନେ ଜେଲରେ ଅଛନ୍ତି।

ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟାର ଉଦ୍ୟମ ଆଦି ଅଭିଯୋଗ ରହିଛି।

ଅନ୍ୟ ଅଭିଯୁକ୍ତମାନେ ହେଲେ ଅଙ୍କିତ ଦାସ, ନନ୍ଦନ ସିଂ ବିଷ୍ଟ, ସତ୍ୟମ ତ୍ରିପାଠୀ ଓରଫ ସତ୍ୟମ, ଲତିଫ୍‌ ଓରଫ କାଲେ, ଶେଖର ଭାରତୀୟ ସୁମିତ ଜୟସ୍ବାଲ, ଆଶିଷ ପାଣ୍ଡେ, ଲବକୁଶ ରାଣା, ଶିଶୁ ପାଲ, ଉଲ୍ଲାସ କୁମାର ଓରଫ ମୋହିତ ତ୍ରିବେଦୀ, ରିଙ୍କୁ ରାଣା ଏବଂ ଧର୍ମେନ୍ଦ୍ର ବଞ୍ଜାରା। ଅନ୍ୟ ଜଣେ ଅଭିଯୁକ୍ତ ବୀରେନ୍ଦ୍ର ଶୁକ୍ଳାଙ୍କ ନାମ ଚାର୍ଜଶିଟ୍‌ରେ ଅଭିଯୁକ୍ତ ଭାବେ ସାମିଲ ହେବା ସହ ତାଙ୍କ ବିରୋଧରେ ପ୍ରମାଣ ଲୁଚାଇବା ଅଭିଯୋଗରେ ଆଇପିସିର ଦଫା ୨୦୧ ଲଗାଯାଇଛି। ତେବେ ସେ ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି।

Share