Categories: ଜାତୀୟ

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ

ଲକ୍ଷ୍ନୌ,୧୨।୧୨-ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ। ଉତ୍ତରପ୍ରଦେଶ ପୋଲିସ ସର୍ଭିସ ଡାଏଲ ୧୧୨ର ହୱାଟ୍ସଆପକୁ ମେସେଜ କରି କେହେ ଦୁର୍ବୃତ୍ତ ହତ୍ୟା ଧମକ ଦେଇଛି। ଏହି ଧମକପୂର୍ଣ୍ଣ ବାର୍ତ୍ତାରେ ଆପତ୍ତିଜନକ ଭାଷା ମଧ୍ୟ ବ୍ୟବହାର କରାଯାଇଛି। ଏ ନେଇ ଲକ୍ଷ୍ନୌର ସୁଶାନ୍ତ ଲୋକ ପୋଲିସ ଷ୍ଟେଶନରେ ମାମଲା ରୁଜୁ ହୋଇଛି। ତେବେ ପ୍ରାଥମିକ ତଦନ୍ତରୁ ମେସେଜ କରିଥିବା ବ୍ୟକ୍ତିଙ୍କ ଘର ଆଗ୍ରା ଅଞ୍ଚଳରେ ବୋଲି ଜଣାପଡିଛି। ଏ ନେଇ ଆଗ୍ରା ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share