ଅଷ୍ଟମୁଡ଼ି ହ୍ରଦ

କେରଳର କୋଲାମ୍‌ ଜିଲାରେ ଥିବା ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଏହି ଅଷ୍ଟମୁଡ଼ି ହ୍ରଦ। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଠାକାର ପରିବେଶ ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏଠାରେ ବୋଟିଂ, ଫିଶିଂ ଆଦିର ସୁବିଧା ରହିଛି। ସେଥିପାଇଁ ଛୁଟିଦିନମାନଙ୍କରେ ଏଠାରେ ଆଗନ୍ତୁକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳେ…

କେରଳର କୋଲାମ୍‌ ଜିଲାରେ ଥିବା ଅଷ୍ଟମୁଡ଼ି ହ୍ରଦ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଏଠାକାର ଆକର୍ଷଣୀୟ ପ୍ରାକୃତିକ ପରିବେଶ ଦେଖିବାକୁ ବେଶ୍‌ ମନୋରମ ହୋଇଥାଏ। ସପ୍ତାହନ୍ତ ଛୁଟି କଟାଇବା ପାଇଁ ଏହା ହେଉଛି ଏକ ପରଫେକ୍ଟ ଡେଷ୍ଟିନେଶନ। ବିଶେଷକରି ବୋଟିଂ, ଫିଶିଂ ପାଇଁ ଏଠାରେ ସୁବିଧା ରହିଥିବାରୁ, କେବଳ ସପ୍ତାହନ୍ତ କାହିଁକି ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ। ଜନଗହଳିପୂର୍ଣ୍ଣ ପରିବେଶରୁ ଦୂରରେ ଥିବା ଏହି ସ୍ଥାନକୁ ଗଲେ ମନକୁ ବେଶ୍‌ ଶାନ୍ତି ବି ମିଳେ।
ନାମକରଣକୁ ନେଇ କିିମ୍ବଦନ୍ତୀ
ଅଷ୍ଟମୁଡ଼ି ହ୍ରଦର ନାମକରଣକୁ ନେଇ ମଧ୍ୟ ଅନେକ ଲୋକକଥା ରହିଛି। ତେବେ ସୂଚନାନୁଯାୟୀ, ଏହି ହ୍ରଦଟି ଆଠଟି ସ୍ଥାନରେ ବଙ୍କାଟଙ୍କା ହୋଇ ପ୍ରବାହିତ ହୋଇଥିବାରୁ ଏହାର ଏପରି ନାମକରଣ କରାଯାଇଛି ବୋଲି ଅନେକେ ବିଶ୍ୱାସ କରିଥାନ୍ତି।
କ’ଣ ଦେଖିବେ
ଏହି ହ୍ରଦଟି ଦେଖିବାକୁ ବେଶ୍‌ ଶାନ୍ତ ଓ ପରିଷ୍କାର। କିଛି ଲୋକ ଏହି ହ୍ରଦରୁ ମାଛ ଧରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ତା’ଛଡ଼ା ଏହି ହ୍ରଦର ଉଭୟ ପାର୍ଶ୍ୱରେ ନଡ଼ିଆ ଗଛ ଓ ତାଳ ଗଛ ଧାଡ଼ି ଧାଡ଼ି ହୋଇ ଲାଗିଥିବାର ଦୃଶ୍ୟ ମଧ୍ୟ ବେଶ୍‌ ମନୋରମ ଲାଗିଥାଏ ଦେଖିବାକୁ। ଏଥିରୁ ମଧ୍ୟ କିଛି ଲୋକଙ୍କର ରୋଜଗାର ହୋଇଥାଏ। ଏସବୁବ୍ୟତିତ ଏହି ହ୍ରଦ ନିକଟରେ ଜାତିଜାତିକା ପକ୍ଷୀ ଦେଖିବାର ମଧ୍ୟ ସୁବିଧା ମିଳିଥାଏ। ଅନ୍ୟଦିନ ତୁଳନାରେ ଶୀତଦିନେ ଏଠାରେ ଅଧିକ ସଂଖ୍ୟାରେ ପକ୍ଷୀ ଦେଖାଯାଇଥାନ୍ତି। କେବଳ ପକ୍ଷୀ କାହିଁକି ଏହି ହ୍ରଦ ନିକଟରେ ଥିବା ଏକ ଛୋଟ ସଂରକ୍ଷଣ କେନ୍ଦ୍ରରେ ପ୍ରାୟ ୨୬ ପ୍ରଜାତିର ପ୍ରଜାପତି, ୪୫ ପ୍ରକାରର ବିଭିନ୍ନ ସରୀସୃପ, ୫ ପ୍ରକାରର କଙ୍କି ତଥା ଆହୁରି ଅନେକ କିଛି ଦେଖିବାର ସୂଯୋଗ ପାଇଥାନ୍ତି ପର୍ଯ୍ୟଟକ। ଏସବୁ ବ୍ୟତିତ ପର୍ଯ୍ୟଟକ ହାଉସ୍‌ବୋଟ୍‌ରେ ମଧ୍ୟ ଏହି ହ୍ରଦରେ ବୁଲି ଅନେକ ନିଆରା ଅନୁଭୂତି ସାଉଁଟିଥାନ୍ତି।
କେବେ ଓ କେମିତି ଯିବେ
ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଏହି ଆକର୍ଷଣୀୟ ସ୍ଥାନକୁ ବର୍ଷର ଯେ କୌଣସି ସମୟରେ ବୁଲିଯିବାର ସୁବିଧା ରହିଛି। ହେଲେ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ବର୍ଷାଦିନକୁ ଛାଡ଼ି ବାକି ଅନ୍ୟ ଯେ କୌଣସି ସମୟରେ ଏଠାକୁ ବୁଲିଗଲେ ବୁଲିବାର ଭରପୂର ମଜା ନେଇ ହୋଇଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଥିରୁଭାନନ୍ଥପୁରମ୍‌ ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟ ହେଉଛି ଏଠାକାର ନିକଟତମ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ଏହାଛଡ଼ା ପର୍ଯ୍ୟଟକ ଚାହିଁଲେ ନିଜସ୍ବ ଗାଡ଼ି ଦ୍ୱାରା ମଧ୍ୟ ଏଠାକୁ ବୁଲି ଯାଇପାରିବେ।
ବୋଟିଂ, ଫିଶିଂର ନିଆରା ମଜା
ଯେହେତୁ ଏହି ସ୍ଥାନରେ ହ୍ରଦ ରହିଛି; ତେଣୁ ଏଠାରେ ପଯର୍ର୍‌ୟଟକ ବୋଟିଂ ସହିତ ଫିଶିଂ କରିବାର ନିଆରା ଅନୁଭୂତି ମଧ୍ୟ ନେଇପାରିବେ। ଏଥିସହିତ ଏଠାରେ ଚାଲିଚାଲି ବୁଳିବାର ମଜା ମଧ୍ୟ ନେଇପାରିବେ। ଏହାଛଡ଼ା ଏହି ହ୍ରଦରେ ଗାଧୋଇବାର ଅପୂର୍ବ ଆନନ୍ଦ ମଧ୍ୟ ଲଭିପାରିବେ। ସେହିପରି ଏଠାରେ ବୁଲିବା ସହିତ ସୁନ୍ଦର ସୁନ୍ଦର ଫଟୋ ଉଠାଇ ଖୁବ୍‌ ଖୁସି ମଧ୍ୟ ହୋଇପାରିବେ ପର୍ଯ୍ୟଟକ।
ଜରୁରୀ ସୂଚନା
ବର୍ଷାଦିନେ ଏହି ହ୍ରଦରେ ପାଣି ଟିକେ ଅଧିକ ରହୁଥିବାରୁ ହ୍ରଦ ମଧ୍ୟକୁ ନ ଯିବାପାଇଁ ଏଠାରେ ପର୍ଯ୍ୟଟକଙ୍କୁ ସଚେତନ କରାଯାଇଥାଏ। ତା’ଛଡ଼ା ବୋଟିଂ ପାଇଁ ଯାଉଥିବା ପର୍ଯ୍ୟଟକଙ୍କୁ ସାହାଯ୍ୟ କରିବା ପାଇଁ ଏଠାରେ ଲାଇଫ୍‌ ଗାର୍ଡଙ୍କର ମଧ୍ୟ ବ୍ୟବସ୍ଥା ରହିଛି। ପର୍ଯ୍ୟଟକ ଚାହିଁଲେ ଏହାର ସୁବିଧା ମଧ୍ୟ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?