ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦ ମି. ମଧ୍ୟେ ନବାନ୍ନ ଲାଗି ସମୟ ଧାର୍ଯ୍ୟ ହୋଇଛି।

ରାଜାରାଜୁଡା ଅମଳରୁ ପ୍ରତିବର୍ଷ ନବାନ୍ନ ଲଗ୍ନ ଧାର୍ଯ କରାଯାଇ ଆସୁଛି। ଖଡ଼ିଆଳ ଯୁବରାଜ ଦେବଦେବ ପ୍ରସାଦ ସିଂଦେଓଙ୍କ ଉପସ୍ଥିତିରେ ରାଜ ଜ୍ୟୋତିଷ ଗୋବିନ୍ଦ ରଥ, ରାଜ ପୁରୋହିତ ସୁଦର୍ଶନ ଠାକୁର, ତାରାଚନ୍ଦ୍ର ଆଚାର୍ଯ୍ୟ, ବଡ଼ପଣ୍ଡା ଆଶିଷ ପଣ୍ଡା, ବିଜୟ କୁମାର ବାବୁ, ସମଲେଶ୍ୱରୀଙ୍କ ପୂଜାରୀ ବ୍ରଜ କିଶୋର ଦଣ୍ଡସେନା, ରକ୍ତାମ୍ବରୀଙ୍କ ପୂଜାରୀ ଗଣେଶ ପ୍ରଧାନୀ, ହରପାର୍ବତୀ ଶିବ ମନ୍ଦିର ପୂଜାରୀ ଦାମୋଦର ନାଏକ, ସମଲେଶ୍ୱରୀ ମନ୍ଦିରର ଛତ୍ରିୟା ବେଦ ବନଛୋରଙ୍କ ଉପସ୍ଥିତିରେ ନବାନ୍ନ ଲଗ୍ନ ଧାର୍ଯ୍ୟ ହୋଇଥିଲା। ସେହିପରି ଗଡ ରକ୍ଷକ ଦେବୀ ରକ୍ତାମ୍ବରୀ, ଅଞ୍ଚଳ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ ପୂର୍ବଦିନ ୧୪ ତାରିଖ ରାତ୍ର ୮.୦୫ ଘଣ୍ଟାରୁ ୮.୪୦ ଘଣ୍ଟା ମଧ୍ୟରେ ନୂତନ ଅନ୍ନ ଲାଗି ହେବ।

Share