ଭାଙ୍ଗିଲା ଲେଡି ଡନ୍‌ ରଞ୍ଜୁଙ୍କ ଘର

ଭୁବନେଶ୍ୱର,୧୭।୯(ବ୍ୟୁରୋ): ଲେଡି ଡନ୍‌ ତଥା ଡ୍ରଗ୍ସ ବେପାରୀ ରଞ୍ଜୁଙ୍କ ଭୁବନେଶ୍ୱର ନାରାୟଣବସ୍ତିରେ ଥିବା ଘରକୁ ପୋଲିସ ଶନିବାର ଭାଙ୍ଗି ଦେଇଛି।
ସୂଚନାଯୋଗ୍ୟ, ରଞ୍ଜୁ ଓ ତାଙ୍କ ସହଯୋଗୀ ମିଶି ସୁବ୍ରତ ରାଓ ଓରଫ ଚନ୍ଦୁଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ଭଉଣୀ ଅଭିଯୋଗ କରିଥିଲେ। ପରେ ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ରଞ୍ଜୁ ଓ କାହ୍ନକୁ ଗିରଫ କରିଥିଲା । ଗିରଫ ସମୟରେ ରଞ୍ଜୁ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ ହୋଇଥିଲା । ବର୍ତ୍ତମାନ କମିଶନରେଟ ପୋଲିସ ତାଙ୍କ ଘର ଭାଙ୍ଗିଛନ୍ତି।