Categories: ଜାତୀୟ

ଗୋରଖନାଥ ମନ୍ଦିରରେ ଚଢ଼ାଗଲା ୧୧କୁଇଣ୍ଟାଲ ଲଡୁ

ଲକ୍ଷ୍ନୌ,୨୫।୩: ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୨୫ରେ ପୁଣି ଥରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୟୁପିରେ ଦୀର୍ଘ ୩୫ବର୍ଷ ପରେ କୌଣସି ଏକ ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହ ଅପରାହ୍ନ ୪ଟାରେ ଲକ୍ଷ୍ନୌର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ ଲକ୍ଷ୍ନୌରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଅନ୍ୟପଟେ ଯୋଗୀଙ୍କ ଘର ଗୋରଖପୁରରେ ମଧ୍ୟ ଦ୍ୱିତୀୟ ଶପଥ ଗ୍ରହଣ ଶେଷ ହେବା ପରେ ଉତ୍ସବ ଓ ପ୍ରସାଦ ବଣ୍ଟନ ପାଇଁ ପ୍ରସ୍ତୁତି ଚାଲିଛି। ଇତିମଧ୍ୟରେ ଗୋରଖନାଥ ମନ୍ଦିରରେ ପ୍ରଭୁ ଗୋରଖନାଥଙ୍କୁ ୧୧ କ୍ୱିଣ୍ଟାଲ ଲଡୁ ପ୍ରସାଦ ଭାବେ ଅର୍ପଣ କରାଯାଇଛି। ଏହାପରେ ଏହି ପ୍ରସାଦକୁ ଏକାନା ଷ୍ଟାଡିୟମକୁ ପଠାଯାଇଥିବା ଜଣାପଡ଼ିଛି। ଅପରାହ୍ନ ୪ଟାରେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏକାନା ଷ୍ଟାଡିୟମରେ ଏହି ଲଡୁକୁ ଅତିଥିମାନଙ୍କୁ ବଣ୍ଟାଯିବ। ସେହିପରି ଶପଥ ଗ୍ରହଣ ପରେ ଗୋରାଖନାଥ ମନ୍ଦିରରେ ପ୍ରସାଦ ଭାବେ ବଣ୍ଟନ କରିବା ପାଇଁ ୫ କ୍ୱିଣ୍ଟାଲ ଲଡୁ ତିଆରି କରାଯାଇଛି।

Share