ରାଜ୍ୟରେ ପୁଣି ଟିକା ଅଭାବ

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜ୍ୟରେ ପୁଣି ଟିକା ଅଭାବ ଦେଖାଦେଲାଣି। ଟିକା କମ୍‌ ଥିବାରୁ ଆଗକୁ ଟିକାକରଣରେ ମଧ୍ୟ ବାଧା ସୃଷ୍ଟି ହେବାର ଆଶଙ୍କା ଉପୁଜିଲାଣି। ତେଣୁ ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ତୁରନ୍ତ ଅଧିକ ଟିକା ଯୋଗାଇବାକୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି।
ଗତ ୨୧ ଜୁନ୍‌ରୁ ରାଜ୍ୟରେ ହାରାହାରି ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ବର୍ତ୍ତମାନ ରାଜ୍ୟରେ ଦୈନିକ ସାଢ଼େ ୩ଲକ୍ଷ ଲୋକଙ୍କୁ ଟିକା ଦିଆଯିବାର କ୍ଷମତା ରହିଛି। ଜୁନ୍‌ ଦ୍ୱିତୀୟାର୍ଦ୍ଧ ସୁଦ୍ଧା ରାଜ୍ୟକୁ ମୋଟ୍‌ ୧୩,୭୮,୩୧୦ ଡୋଜ୍‌ କୋଭିଶିଲ୍ଡ ଟିକା ମିଳିଛି, ଯାହାକୁ ସବୁ ଜିଲାକୁ ବଣ୍ଟନ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ୩ ଲକ୍ଷ ୩୮ ହଜାର ଡୋଜ୍‌ କୋଭିଶିଲ୍ଡ ମହଜୁଦ ରହିଛି। ଏହା ମାତ୍ର ଦୁଇଦିନ ଯିବ। ମଙ୍ଗଳବାର ପରଠାରୁ ରାଜ୍ୟରେ କୋଭିଶିଲ୍ଡ ଟିକାର ଅଭାବ ରହିବ। ଫଳରେ କୌଣସି ସ୍ଥାନରେ ଟିକାଦାନ ସମ୍ଭବ ହେବ ନାହିଁ। ରାଜ୍ୟରେ ଟିକାକରଣ ସମ୍ପର୍କରେ ବ୍ୟାପକ ଜନ ସଚେତନତା ଯୋଗୁ ବହୁ ଲୋକ ସ୍ବତଃପ୍ରବୃତ୍ତ ଭାବେ ଟିକା ନେବା ପାଇଁ ଆଗେଇ ଆସୁଛନ୍ତି ଏବଂ ଏଥିପାଇଁ ଟିକାର ଚାହିଦା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ ଟିକାକରଣରେ ଯେପରି ବାଧା ସୃଷ୍ଟି ନ ହେଉ ସେଥିପାଇଁ ତୁରନ୍ତ ଟିକା ଯୋଗାଇବା ପାଇଁ ମନ୍ତ୍ରୀ ଦାସ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଟିକା ଆସିଲେ ରାଜ୍ୟରେ ଜୁନ୍‌ର ନିର୍ଦ୍ଧାରିତ ସମୟ ଓ ସୂଚୀ ଅନୁଯାୟୀ ଟିକାଦାନ ସମ୍ଭବ ହୋଇପାରିବ। ଟିକା ଯୋଗାଣ ବ୍ୟବସ୍ଥା ଆଗୁଆ କରା ନ ଗଲେ ରାଜ୍ୟରେ ଟିକାର ଅଭାବ ପରିଲକ୍ଷିତ ହେବ ଓ ଟିକାଦାନ ବାଧାପ୍ରାପ୍ତ ହେବ। ଏହିସବୁ ଅସୁବିଧାକୁ ଦୂର କରି ହିତାଧିକାରୀଙ୍କୁ ଧାର୍ଯ୍ୟ ସମୟରେ ଟିକା ଦେବା ପାଇଁ ଯୋଜନା କରିବାରେ କେନ୍ଦ୍ର ସହାୟକ ହେବା ଉଚିତ ବୋଲି ମନ୍ତ୍ରୀ ଦାସ ଚିଠିରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଗତ ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିବାବେଳେ କୋଭିଶିଲ୍ପ ଓ କୋଭାକ୍ସିନ ଟିକା ଦିଆଯାଉଛି। ଏଯାଏ ୧,୧୭,୧୭,୭୧୯ ଡୋଜ୍‌ ଟିକାକରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri