କର୍ମଚାରୀ ଅଭାବ, ମିଳୁନି ତ୍ୱରିତ ନ୍ୟାୟ

ବୈଶିଙ୍ଗା,୮|୮(ଡି.ଏନ.ଏ.)  ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗା ଥାନା ଏକ ବୃହତ ଅଞ୍ଚଳକୁ ନେଇ ଗଠିତ। ଏହି ବ୍ଲକର ୧୭ ପଞ୍ଚାୟତ ଅଧୀନ ୨୦୫ ରାଜସ୍ବ ଗ୍ରାମ ଉକ୍ତ ଥାନା ଉପରେ ନିର୍ଭରଶୀଳ। ପ୍ରାୟ ୧ଲକ୍ଷ ୪୫ ହଜାର ଜନ ସାଧାରଣଙ୍କ ଧନଜୀବନ ସୁରକ୍ଷା ଏହା ଉପରେ ନ୍ୟସ୍ତ। ତେବେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବ ଯୋଗୁ ଥାନାରେ କାର୍ଯ୍ୟଭାର ବଢ଼ୁଛି। ୧୦ ଅଧିକାରୀ ପଦବୀ ମଧ୍ୟରୁ ୬ଜଣ ରହିଛନ୍ତି। ଫଳରେ ଲୋକେ ତ୍ୱରିତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି।
କି.ମି. ବ୍ୟାସାର୍ଦ୍ଧ ପରିମିତ ଏହି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଅତ୍ୟନ୍ତ ଦୁରୂହ ବ୍ୟାପାର। ଜିଲାର ସର୍ବାଧିକ ସ୍ପର୍ଶକାତର ଏବଂ ଅପରାଧ ପ୍ରବଣ ଏହି ଥାନାରେ ବର୍ଷକୁ ୩୦୦ରୁ ଅଧିକ ରେକର୍ଡ ସଂଖ୍ୟକ ମାମଲା ପଞ୍ଜିକୃତ ହୋଇଥାଏ। ବର୍ଷ ତମାମ ବିଭିନ୍ନ ସଂଗଠନମାନଙ୍କ ପକ୍ଷରୁ ଆନ୍ଦୋଳନ, ରାସ୍ତା ଅବରୋଧ, ବିକ୍ଷୋଭ ପ୍ରଦର୍ଶନ ଓ ଥାନା ଘେରାଉ ଆଦି କାର୍ଯ୍ୟକ୍ରମ ଯୋଗୁ ଥାନାରେ କାର୍ଯ୍ୟଭାର ବଢ଼ୁଛି। ଏହି ଥାନା ଅନ୍ତର୍ଗତ ବଡ଼ସାହି ବ୍ଲକର ମାଣତ୍ରିଠାରେ ଏକ ଫାଣ୍ଡି ପ୍ରତିଷ୍ଠା ହେଲା ପରେ ସନ୍ନିକଟ ୪ଟି ପଞ୍ଚାୟତରେ ଆଇନ ଶୃଙ୍ଖଳା ପରିସ୍ଥିତିରେ କିଛି ସୁଧାର ଆସିଥିବା ଲକ୍ଷ୍ୟ କରାଯାଏ। ତେବେ ଆହୁରି ଦୁଇଟି ଫାଣ୍ଡି ପ୍ରତିଷ୍ଠା ଜରୁରୀ ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି। ଗୋଟିଏ ବୈଶିଙ୍ଗା ଥାନାଠାରୁ ୧୦ କି.ମି. ଦୂର ପୁରୁଣିଆଠାରେ ଏବଂ ଅନ୍ୟଟି ଏହି ଥାନାଠାରୁ ୧୫ କି.ମି. ଦୂର ଅଁଳା ବଜାରଠାରେ। ଫଳରେ ବୈଶିଙ୍ଗା ଥାନା ଉପରେ ଅତ୍ୟଧିକ କାର୍ଯ୍ୟଭାର ହ୍ରାସ ହେବା ସଙ୍ଗସଙ୍ଗେ ଲୋକେ ପୋଲିସ ସେବା ପାଇବାରେ ସହାୟକ ହୋଇ ପାରିବେ। ପୂର୍ବରୁ ଏହି ଥାନା ଇନଚାର୍ଜ ଥିବା ତଥା ପୋଲିସ ଡିଏସ୍‌ପି ଲକ୍ଷ୍ମୀଧର ସ୍ବାଇଁ ୨୦୨୦ ସେପ୍ଟେମ୍ବରରେ ଅଧିକ ଫାଣ୍ଡି ପ୍ରତିଷ୍ଠା ଓ କର୍ମଚାରୀ ନିଯୁକ୍ତିର ଜରୁରୀ ଆବଶ୍ୟକତା ନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଚିଠି କରିଥିଲେ ମଧ୍ୟ ଅଦ୍ୟାବଧି ଅନୁମୋଦନ ମିଳି ପାରିନାହିଁ।
ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବୃନ୍ଦାବନ ଦାସ କୁହନ୍ତି, ଅଧିକ ଫାଣ୍ଡି ପ୍ରତିଷ୍ଠା ଏବଂ ଖାଲି ପଡ଼ିଥିବା ୪ ସବ୍‌ ଇନ୍ସପେକ୍ଟର ପଦବୀ ତୁରନ୍ତ ପୂରଣ କରାଯିବା ନିହାତି ଆବଶ୍ୟକ। ଆଇନଜୀବୀ ତଥା ବୈଶିଙ୍ଗା ଥାନା ଆମ ପୋଲିସ ସମିତିର ସଦସ୍ୟ ମନୋଜ କୁମାର ପଣ୍ଡା କୁହନ୍ତି ଏହି ଥାନା ଉଭୟ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ସୀମାନ୍ତରେ ରହିଛି। ଅପରାଧ ନିୟନ୍ତ୍ରଣ ପାଇଁ ଅଧିକ ଫାଣ୍ଡି ଓ କର୍ମଚାରୀ ମୁତୟନ ନିମନ୍ତେ ଆମ ପୋଲିସ ସମିତି ବୈଠକରେ ବହୁବାର ଦୃଷ୍ଟି ଆକର୍ଷଣ କରାଯାଇଛି ଏବଂ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri