ମୁରବିବିହୀନ ଜିଆର୍‌ପି ଥାନାରେ କର୍ମଚାରୀ ମରୁଡ଼ି

ବ୍ରହ୍ମପୁର ଅଫିସ,୧୭।୫: ବ୍ରହ୍ମପୁରରେ ଥିବା ସରକାରୀ ରେଳବାଇ ପୋଲିସ (ଜିଆର୍‌ପି) ଥାନାରେ ଏବେ ଇନ୍ସପେକ୍ଟର ପଦବୀ ଖାଲି ପଡ଼ିଛି। ଗତ ୨୭ ତାରିଖରୁ ଇନ୍ସପେକ୍ଟର ଜ୍ୟୋତି ପ୍ରକାଶ ନାୟକଙ୍କ କଟକ ଜିଆର୍‌ପି ଥାନାକୁ ବଦଳି ହୋଇଛି। ବ୍ରହ୍ମପୁର ଜିଆର୍‌ପିରେ ଗତ ୨୦ ଦିନ ହେଲା ଏହି ପଦବୀ ଖାଲି ପଡ଼ିଛି। କୌଣସି ଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦିଆଯାଇନାହିଁ। ସେହିପରି ଥାନାରେ ଏବେ କର୍ମଚାରୀ ଅଭାବ ମଧ୍ୟ ଦେଖାଦେଇଛି। ଫଳରେ ଥାନାର ଦେନିନ୍ଦିନ କାମ ସମ୍ପାଦନରେ ନାନା ଅସୁବିଧା ହେଉଛି। ବ୍ରହ୍ମପୁର ରେଳଷ୍ଟେଶନ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ଷ୍ଟେଶନ। ତେଣୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ଥାନା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ହେଲେ ଆବଶ୍ୟକ ଭିତ୍ତିଭୂମି ଅଭାବ ଓ କର୍ମଚାରୀ ମରୁଡ଼ି ଥାନା କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ରାଜ୍ୟରେ ସରକାର ବିଭିନ୍ନ ଥାନାରେ ମହିଳା ଓ ଶିଶୁ ଡେସ୍କ ଖୋଲିଛନ୍ତି। ହେଲେ ଏଠାରେ ଜଣେ ବି ମହିଳା ପୋଲିସ ଅଧିକାରୀ ନାହାନ୍ତି। ଫଳରେ ଟ୍ରେନରେ ଯାତ୍ରା ବେଳେ ନିର୍ଯାତନାର ଶିକାର ହେଉଥିବା ମହିଳା ଯାତ୍ରୀ ଥାନାରେ ମହିଳା ଅଧିକାରୀଙ୍କୁ ନ ପାଇ କାହାକୁ ଗୁହାରି କରିବେ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ତଥାପି ସୀମିତ କର୍ମଚାରୀଙ୍କୁ ନେଇ ଥାନା ଚାଲିଛି।
ବ୍ରହ୍ମପୁର ଜିଆର୍‌ପି ଥାନା ପାଇଁ ମୋଟ ୨୫ଟି ପଦବୀ ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ ୧୩ ଜଣ ଅଛନ୍ତି। ୧୨ଟି ପଦବୀ ଖାଲି ରହିଛି। ଅନ୍ୟପକ୍ଷରେ କାର୍ଯ୍ୟରତ ୧୩ ଜଣଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ। ତେଣୁ ଆଗକୁ ନାନା ସମସ୍ୟା ହେବ ବୋଲି କୁହାଯାଉଛି। ଜିଆରପି ଥାନା ବିଶେଷକରି ଯାତ୍ରୀଙ୍କ ସୁରକ୍ଷାକୁ ଫୋକସ୍‌ କରିଥାଏ। ସେହିପରି ଟ୍ରେନଜନିତ ଦୁର୍ଘଟଣା, ଚୋରି, ହତ୍ୟା ଓ ଡକାୟତି ଭଳି ମାମଲା ମଧ୍ୟ ତଦନ୍ତ କରାଯାଇଥାଏ। ସେହିପରି ବିଭିନ୍ନ ସ୍ଥାନରେ ଟ୍ରେନରେ କଟି ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ କରାଯାଉଛି। ବ୍ରହ୍ମପୁର ଜିଆର୍‌ପି ଥାନାରେ ଇନ୍ସପେକ୍ଟର୍‌ ପଦବୀ ଖାଲି ପଡ଼ିଥିବା ବେଳେ ୨ ଜଣ ଏସ୍‌ଆଇ ଅଛନ୍ତି। ସେହିପରି ୫ଜଣ ଏଏସ୍‌ଆଇଙ୍କ ମଧ୍ୟରୁ ୨ଜଣ ରହିଥିବା ବେଳେ ଜଣେ କୌଣସି କାରଣରୁ ଛୁଟିରେ ରହିଛନ୍ତି। ୨ ହାବିଲଦାର ପଦବୀ ମଞ୍ଜୁର ହୋଇଥିବା ବେଳେ ଜଣେ ବି ହାବିଲଦାର ନାହାନ୍ତି। ସେହିପରି ୧୫ଜଣ କନଷ୍ଟେବଳଙ୍କ ମଧ୍ୟରୁ ୯ଜଣ ଅଛନ୍ତି। ସେପଟେ ଜିଆର୍‌ପି ଥାନା ଅଞ୍ଚଳରେ କିଛି ଦିନର ବ୍ୟବଧାନରେ ଅନେକ ଘଟଣା ଓ ଦୁର୍ଘଟଣା ଘଟୁଛି। ତେଣୁ ଏହି ମାମଲାର ତଦନ୍ତରେ ନାନା ଅସୁବିଧା ହେଉଛି। ଦିନକୁ ଦିନ କାର୍ଯ୍ୟଭାର ବଢ଼ୁଥିବା ଯୋଗୁ ଥାନାରେ ଆବଶ୍ୟକ କର୍ମଚାରୀ ଯୋଗାଇ ଦେଇ ସମସ୍ୟା ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ନେଇ ଜିଆରପି ଏସଡ଼ିପିଓ ଆଦିତ୍ୟ ସେଠୀଙ୍କୁ ପଚାରିିବାରେ ସେ କହିଛନ୍ତି, ଇନ୍ସପେକ୍ଟରଙ୍କ ବଦଳି ପରେ ସେହି ଥାନାରେ କାର୍ଯ୍ୟରତ ଜଣେ ଏସ୍‌ଆଇଙ୍କୁ ଏବେ ଦାୟିତ୍ୱ ଦିଆଯାଇଛି। ଇନ୍ସପେକ୍ଟର ସଂଖ୍ୟା କମ୍‌ ରହିଛି। ଖୁବଶୀଘ୍ର ବ୍ରହ୍ମପୁର ଜିଆର୍‌ପି ଥାନାରେ ଜଣେ ଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri