କରୋନା ବେଳେ କର୍ମଚାରୀ ଅଭାବ

ଭୁବନ, ୨୫।୫(ଡି.ଏନ.ଏ.) – ମହାମାରୀ ସମୟରେ କର୍ମଚାରୀ ଅଭାବ, ଯାହାକୁ ନେଇ ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୃଷ୍ଟି ହୋଇଛି ଅଚଳାବସ୍ଥା। ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେଲା ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡ଼ିଛି। ଏବେ ୨ଜଣ ଡାକ୍ତର ଏବଂ ୭ ଜଣ ଷ୍ଟାଫ୍‌ ନର୍ସ କୋଭିଡ୍‌ ସଂକ୍ରମଣର ଶିକାର ହେବା ପରେ ସମସ୍ୟା ଆହୁରି ବଢ଼ିଯାଇଛି। ହାତଗଣତି କର୍ମଚାରୀଙ୍କୁ ନେଇ ଟିକାକରଣ ଏବଂ ସ୍ବାସ୍ଥ୍ୟସେବା ସମ୍ଭାଳିବା ଦୁରୂହ ବ୍ୟାପାର ହେଉଛନ୍ତି। ରୋଗୀମାନେ ଠିକ୍‌ ସମୟରେ ସେବା ନ ପାଇ କଲବଲ ହେଉଥିବାବେଳେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
୩୫ ଶଯ୍ୟା ବିଶିଷ୍ଟ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭୁବନ ବ୍ଲକ, ଏନ୍‌ଏସି, ଗଁଦିଆ ବ୍ଲକ ସମେତ ପଡ଼ୋଶୀ ଯାଜପୁର ଜିଲାର ରୋଗୀମାନେ ନିର୍ଭର କରୁଛନ୍ତି। ଏଠାରେ ୮ ଡାକ୍ତର ପଦବୀ ମଧ୍ୟରୁ ୩ ପଦବୀରେ କେହିନାହାନ୍ତି। ସେହିପରି ୧୦ ପରିବର୍ତ୍ତେ ୭ ଷ୍ଟାଫ୍‌ନର୍ସ ଦାୟିତ୍ୱ ସମ୍ଭାଳୁଛନ୍ତି। ଇତିମଧ୍ୟରେ ୨ଜଣ ଡାକ୍ତର ଏବଂ ୭ଜଣ ଷ୍ଟାଫ୍‌ ନର୍ସ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ଜଣେ ଫାର୍ମାସିଷ୍ଟ ଓ ତାଙ୍କ ସହାୟକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫାର୍ମାସିଷ୍ଟ, ରେଡିଓ ଗ୍ରାଫର, ଲବୋରୋଟାରି ଟେକ୍ନିସିଆନ, ଡ୍ରେସର ପଦବୀ ଦୀର୍ଘଦିନ ହେଲା ଖାଲି ପଡ଼ିଛି। ଦକ୍ଷ କର୍ମଚାରୀ ଏବଂ ଉପକରଣ ଅଭାବରୁ ବ୍ଲଡ୍‌ ବ୍ୟାଙ୍କ କାମରେ ଆସୁନାହିଁ। ଏହି ଡାକ୍ତରଖାନାକୁ ଦୈନିକ ୩୦୦ରୁ ଊଦ୍ଧର୍‌ବ ରୋଗୀ ଆସିଥାଆନ୍ତି। ତେବେ କର୍ମଚାରୀମାନେ କରୋନା ସଂକ୍ରମିତ ହେବା ପରେ ଏତେସଂଖ୍ୟକ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା କାଠିକର ପାଠ ହେଉଛି। ଫଳରେ ପ୍ରାଥମିକ ଚିକିତ୍ସା ପରେ ଅନେକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଦିଆଯାଉଛି। ଅପରପକ୍ଷେ ଏଠାରେ ହାତଗଣତି କର୍ମଚାରୀଙ୍କୁ ନେଇ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ଆଶାୟୀମାନେ ଦୀର୍ଘସମୟ ଧାଡ଼ିବାନ୍ଧି ଛିଡ଼ା ହୋଇ ରହୁଥିବାବେଳେ ଅନେକ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ସମସ୍ୟା ସମାଧାନ ନେଇ ବାରମ୍ବାର ଦାବି ଉଠୁଥିଲେ ମଧ୍ୟ ଏହାର ସମାଧାନ ହେଉନାହିଁ। ଏହାକୁ ନେଇ ଅଞ୍ଚଳବାସୀ, ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସକ ଡାକ୍ତର ରମେଶ ଚନ୍ଦ୍ର ସାହୁ କୁହନ୍ତି, ଡାକ୍ତରଖାନାରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଏହାର ପ୍ରଭାବ ସ୍ବାସ୍ଥ୍ୟସେବା ଉପରେ ପଡୁଛି। ଖାଲିପଡ଼ିଥିବା ପଦବୀ ପୂରଣ ହେଲେ ସମସ୍ୟାର ସମାଧାନ ହୋଇପାରିବ।

ସେବା ନ ପାଇ ରୋଗୀ ନିରାଶ
ଜ୍ୱର ହେଉଥିବାରୁ ୪ଦିନ ହେଲା ଡାକ୍ତରଖାନାକୁ ଆସୁଛି। ହେଲେ ସବୁଦିନ ନିରାଶରେ ଫେରିବାକୁ ପଡୁଛି। ମୋ ଭଳି ଅନେକେ ଏଭଳି ସମସ୍ୟା ଭୋଗୁଛନ୍ତି। ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଈଶ୍ୱରଙ୍କ ଭରସାରେ ଚାଲିଛି।
-ଗୁତି ସେଠୀ, କୀର୍ତ୍ତନପୁର

ଜନପ୍ରତିନିଧି ସ୍ବର ଉଠାଉ ନାହାନ୍ତି
ଭୁବନ ଡାକ୍ତରଖାନା ଉପରେ ୨ ଜିଲାର ରୋଗୀ ନିର୍ଭରଶୀଳ। ଏଠାରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କର୍ମଚାରୀ ନ ଥିବାରୁ ଲୋକମାନେ ଅନ୍ୟ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଏଥିପ୍ରତି ଜନପ୍ରତିନିଧି ସ୍ବର ନ ଉଠାଇବା ପରିତାପର ବିଷୟ।
-କାଳିନ୍ଦୀ କହଁର, ସାମାଜିକ କର୍ମୀ

କାମ ଚାପ ବଢିଛି
କୋଭିଡ୍‌ ସମୟରେ କାମ ଚାପ ବଢ଼ିଛି। ତେବେ ୨ଜଣ ଡାକ୍ତର ଏବଂ ୭ଜଣ ଷ୍ଟାଫନର୍ସ କରୋନାରେ ସଂକ୍ରମିତ ହୋଇଥିବାରୁ ସମସ୍ୟା ଆହୁରି ଜଟିଳ ହୋଇଯାଇଛି। ହାତଗଣତି କର୍ମଚାରୀରେ ଦିନରାତି କାମ ଚାଲିଛି। ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ।
-ଗାୟତ୍ରୀ ସାହୁ, ଫାଷ୍ଟନର୍ସ


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ଛାତ୍ର କଂଗ୍ରେସ କମିଟି ଘୋଷଣା

ଢେଙ୍କାନାଳ ଅଫିସ, ୮।୧ ଢେଙ୍କାନାଳ ଛାତ୍ର କଂଗ୍ରେସର ଜିଲା କମିଟି ଘୋଷଣା କରାଯାଇଛି। ଉପସଭାପତି ଭାବେ ଦୁର୍ଗାଦତ୍ତ ମିଶ୍ର, ସିଦ୍ଧାନ୍ତ ମିଶ୍ର, ଶାରଦା ମହାନ୍ତି, ଶୁଭଲକ୍ଷ୍ମୀ...

ଆସିଲା ଜାନୁଆରୀ ଗାଇଡ୍‌ଲାଇନ୍‌: ଖୋଲିବ ସିନେମା ହଲ୍‌, ଥିଏଟର

ଭୁବନେଶ୍ୱର,୩୦।୧୨(ବ୍ୟୁରୋ)-କୋଭିଡ୍‌-୧୯ କଟକଣା ଜାରି ହେବା ପରଠାରୁ ଦୀର୍ଘ ୧୦ ମାସ ହେବ ସିନେମା ହଲ୍‌, ଥିଏଟର ଆଦି ବନ୍ଦ ରହିଥିଲା। ତେବେ ୨୦୨୧ ଜାନୁୟାରୀ ପହିଲାରୁ...

ଜୁନାଗଡ଼ ଗଣବଳାତ୍କାର ଘଟଣା: ଗିରଫ ହେଲେ ଡ୍ରାଇଭର ଲଳିନ୍ଦ୍ର

ଜୁନାଗଡ଼,୨୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଘଟିଥିବା ଗଣବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ବସ୍‌ ଡ୍ରାଇଭର ଧର୍ମଗଡ଼ ବ୍ଲକ ପର୍ଲା ଗ୍ରାମର...

ସୃଷ୍ଟି ହେଲା ଲଘୁଚାପ: ୨୧ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ୧୮ ତାରିଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ...

‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୨।୧୨: ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ବୁଧବାର ପୂର୍ବାହ୍ନରେ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦ୍ୱୀପ...

ସଡ଼କ ଦୁର୍ଘଟଣାରେ ୨ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ପାଟଣା,୨୫।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ଶିଶୁ ମନ୍ଦିର ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା...

କରୋନାର ତୃତୀୟ ଲହରକୁ ନେଇ ଚିନ୍ତା: ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କୋଭିଡ-୧୯ ର ସମ୍ଭାବ୍ୟ ତୃତୀୟ ଲହର ପାଇଁ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲାର ଜିଲାପାଳ, ଏସ.ପି....

CORONAVIRUS UPDATE: ରାଜ୍ୟରେ ପୁଣି ୧୩୮୫ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ପ୍ରକୋପ ଜାରି ରହିଛି। ଗୁରୁବାର ରାଜ୍ୟରେ ପୁଣି ୧୩୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ...

Advertisement
Archives

Model This Week