କରୋନା ବେଳେ କର୍ମଚାରୀ ଅଭାବ

ଭୁବନ, ୨୫।୫(ଡି.ଏନ.ଏ.) – ମହାମାରୀ ସମୟରେ କର୍ମଚାରୀ ଅଭାବ, ଯାହାକୁ ନେଇ ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୃଷ୍ଟି ହୋଇଛି ଅଚଳାବସ୍ଥା। ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେଲା ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡ଼ିଛି। ଏବେ ୨ଜଣ ଡାକ୍ତର ଏବଂ ୭ ଜଣ ଷ୍ଟାଫ୍‌ ନର୍ସ କୋଭିଡ୍‌ ସଂକ୍ରମଣର ଶିକାର ହେବା ପରେ ସମସ୍ୟା ଆହୁରି ବଢ଼ିଯାଇଛି। ହାତଗଣତି କର୍ମଚାରୀଙ୍କୁ ନେଇ ଟିକାକରଣ ଏବଂ ସ୍ବାସ୍ଥ୍ୟସେବା ସମ୍ଭାଳିବା ଦୁରୂହ ବ୍ୟାପାର ହେଉଛନ୍ତି। ରୋଗୀମାନେ ଠିକ୍‌ ସମୟରେ ସେବା ନ ପାଇ କଲବଲ ହେଉଥିବାବେଳେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
୩୫ ଶଯ୍ୟା ବିଶିଷ୍ଟ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭୁବନ ବ୍ଲକ, ଏନ୍‌ଏସି, ଗଁଦିଆ ବ୍ଲକ ସମେତ ପଡ଼ୋଶୀ ଯାଜପୁର ଜିଲାର ରୋଗୀମାନେ ନିର୍ଭର କରୁଛନ୍ତି। ଏଠାରେ ୮ ଡାକ୍ତର ପଦବୀ ମଧ୍ୟରୁ ୩ ପଦବୀରେ କେହିନାହାନ୍ତି। ସେହିପରି ୧୦ ପରିବର୍ତ୍ତେ ୭ ଷ୍ଟାଫ୍‌ନର୍ସ ଦାୟିତ୍ୱ ସମ୍ଭାଳୁଛନ୍ତି। ଇତିମଧ୍ୟରେ ୨ଜଣ ଡାକ୍ତର ଏବଂ ୭ଜଣ ଷ୍ଟାଫ୍‌ ନର୍ସ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ଜଣେ ଫାର୍ମାସିଷ୍ଟ ଓ ତାଙ୍କ ସହାୟକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫାର୍ମାସିଷ୍ଟ, ରେଡିଓ ଗ୍ରାଫର, ଲବୋରୋଟାରି ଟେକ୍ନିସିଆନ, ଡ୍ରେସର ପଦବୀ ଦୀର୍ଘଦିନ ହେଲା ଖାଲି ପଡ଼ିଛି। ଦକ୍ଷ କର୍ମଚାରୀ ଏବଂ ଉପକରଣ ଅଭାବରୁ ବ୍ଲଡ୍‌ ବ୍ୟାଙ୍କ କାମରେ ଆସୁନାହିଁ। ଏହି ଡାକ୍ତରଖାନାକୁ ଦୈନିକ ୩୦୦ରୁ ଊଦ୍ଧର୍‌ବ ରୋଗୀ ଆସିଥାଆନ୍ତି। ତେବେ କର୍ମଚାରୀମାନେ କରୋନା ସଂକ୍ରମିତ ହେବା ପରେ ଏତେସଂଖ୍ୟକ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା କାଠିକର ପାଠ ହେଉଛି। ଫଳରେ ପ୍ରାଥମିକ ଚିକିତ୍ସା ପରେ ଅନେକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଦିଆଯାଉଛି। ଅପରପକ୍ଷେ ଏଠାରେ ହାତଗଣତି କର୍ମଚାରୀଙ୍କୁ ନେଇ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ଆଶାୟୀମାନେ ଦୀର୍ଘସମୟ ଧାଡ଼ିବାନ୍ଧି ଛିଡ଼ା ହୋଇ ରହୁଥିବାବେଳେ ଅନେକ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ସମସ୍ୟା ସମାଧାନ ନେଇ ବାରମ୍ବାର ଦାବି ଉଠୁଥିଲେ ମଧ୍ୟ ଏହାର ସମାଧାନ ହେଉନାହିଁ। ଏହାକୁ ନେଇ ଅଞ୍ଚଳବାସୀ, ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସକ ଡାକ୍ତର ରମେଶ ଚନ୍ଦ୍ର ସାହୁ କୁହନ୍ତି, ଡାକ୍ତରଖାନାରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଏହାର ପ୍ରଭାବ ସ୍ବାସ୍ଥ୍ୟସେବା ଉପରେ ପଡୁଛି। ଖାଲିପଡ଼ିଥିବା ପଦବୀ ପୂରଣ ହେଲେ ସମସ୍ୟାର ସମାଧାନ ହୋଇପାରିବ।

ସେବା ନ ପାଇ ରୋଗୀ ନିରାଶ
ଜ୍ୱର ହେଉଥିବାରୁ ୪ଦିନ ହେଲା ଡାକ୍ତରଖାନାକୁ ଆସୁଛି। ହେଲେ ସବୁଦିନ ନିରାଶରେ ଫେରିବାକୁ ପଡୁଛି। ମୋ ଭଳି ଅନେକେ ଏଭଳି ସମସ୍ୟା ଭୋଗୁଛନ୍ତି। ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଈଶ୍ୱରଙ୍କ ଭରସାରେ ଚାଲିଛି।
-ଗୁତି ସେଠୀ, କୀର୍ତ୍ତନପୁର

ଜନପ୍ରତିନିଧି ସ୍ବର ଉଠାଉ ନାହାନ୍ତି
ଭୁବନ ଡାକ୍ତରଖାନା ଉପରେ ୨ ଜିଲାର ରୋଗୀ ନିର୍ଭରଶୀଳ। ଏଠାରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କର୍ମଚାରୀ ନ ଥିବାରୁ ଲୋକମାନେ ଅନ୍ୟ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଏଥିପ୍ରତି ଜନପ୍ରତିନିଧି ସ୍ବର ନ ଉଠାଇବା ପରିତାପର ବିଷୟ।
-କାଳିନ୍ଦୀ କହଁର, ସାମାଜିକ କର୍ମୀ

କାମ ଚାପ ବଢିଛି
କୋଭିଡ୍‌ ସମୟରେ କାମ ଚାପ ବଢ଼ିଛି। ତେବେ ୨ଜଣ ଡାକ୍ତର ଏବଂ ୭ଜଣ ଷ୍ଟାଫନର୍ସ କରୋନାରେ ସଂକ୍ରମିତ ହୋଇଥିବାରୁ ସମସ୍ୟା ଆହୁରି ଜଟିଳ ହୋଇଯାଇଛି। ହାତଗଣତି କର୍ମଚାରୀରେ ଦିନରାତି କାମ ଚାଲିଛି। ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ।
-ଗାୟତ୍ରୀ ସାହୁ, ଫାଷ୍ଟନର୍ସ


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri