Categories: ଜାତୀୟ

ଭାରତ ଯୋଡୋ ଯାତ୍ରାର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ,ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲା କଂଗ୍ରେସ

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସ ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି ଭାରତ ଯୋଡୋ
ଯାତ୍ରାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛିି। ଶନିବାର ଭାରତ ଯୋଡୋ ଯାତ୍ରା ଦିଲ୍ଲୀରେ ପ୍ରବେଶ କରିବା ପରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖି ସୁରକ୍ଷା ଦାବି କରିଛନ୍ତି। ଚିଠିରେ କୁହାଯାଇଛି ଯେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ଦିଲ୍ଲୀ ପୋଲିସ ଗହଳିକୁ ନିୟନ୍ତ୍ରଣ କରିବାରେ ଏବଂ ରାହୁଲ ଗାନ୍ଧୀଙ୍କ ଚାରିପାଖରେ ସୁରକ୍ଷା ବଜାୟ ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ତାଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯାଇଥିଲା। ଯାତ୍ରା ସମୟରେ ପରିସ୍ଥିତି ଏତେ ଭମ୍ଭୀର ଥିଲା କି ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ସାମିଲ ହୋଇଥିବା କଂଗ୍ରେସ କର୍ମକର୍ତ୍ତା ଏବଂ ଜନସାଧାରଣଙ୍କ ପାଇଁ ସୁରକ୍ଷା କର୍ଡନ କରିବାକୁ ପଡିଥିଲା। ହେଲେ ଦିଲ୍ଲୀ ପୋଲିସ ଏକ ମୂକ ଦର୍ଶକ ହୋଇ ରହିଥିଲା।

Share